ରାଜ୍ୟ

ଶରଧାବାଲିରୁ ପଦଯାତ୍ରା ଅନୁଷ୍ଠିତ

Spread It

 

ପୁରୀ (ଏ.ପି ନ୍ୟିୁଜ) ଆଜି ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟ ରେ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ।ଦେଶକୁ ସ୍ବାଧୀନତା କରିବା ସହ ରାଜାରାଜୁଡା ଓ ଜମିଦାର ଙ୍କ ଶାସନତନ୍ତ୍ର କୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାର ଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।କୃତଜ୍ଞ ରାଷ୍ଟ୍ର ତାଙ୍କ ବୀରତ୍ବ, ସାହସ ଓ ଦେଶପ୍ରେମ କୁ ସମ୍ମାନ ଜଣାଉଛି।ତାଙ୍କ ଆଦର୍ଶ କୁ ଅନୁସରଣ କରି ପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇ ପାରିବ ବୋଲି ସେ ଆହ୍ବାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା,ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷା ହରପ୍ରିୟା ଦାଶ,ଜିଲ୍ଲା ସ୍କୁଲର ପ୍ରାକ୍ତନ ପିଇଟି ଗୋପାଳ ଚନ୍ଦ୍ର ପରିଡା,ଏନ ଏସ ଏସ ଅଫିସର ଗୋଲକ ବିହାରୀ ପଲାଇ, ବିଭିନ୍ନ ଶିକ୍ଷାନୁଷ୍ଠାନ ର କ୍ରୀଡା ଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *