ଉତ୍କର୍ଷ ନିମାପଡ଼ା ୨୦୨୫
ଉତ୍କର୍ଷ ନିମାପଡ଼ା ୨୦୨୫
ନିମାପଡ଼ା,(ଏପିନ୍ୟୁଜ) ଆସନ୍ତା ୩ ଏବଂ ୪ ତାରିଖରେ ଇନ୍ଡ଼ୋର ଷ୍ଟାଡ଼ିୟମ ଓ ସମ୍ମୁଖ ପଡ଼ିଆରେ ବିକଶିତ ନିମାପଡ଼ା ଗଠନ ନିମନ୍ତେ ଉତ୍କର୍ଷ ନିମାପଡ଼ା ୨୦୨୫ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଉତ୍କର୍ଷ ନିମାପଡ଼ା ୨୦୨୫କୁ ଜୁନ ୩ ତାରିଖ ପୂର୍ବାହ୍ନରେ ଓଡିଶାର ରାଜ୍ୟପାଳ ହରିବାବୁ କୁମ୍ଭମପାଟି ସମେତ ପୁରୀ ଲୋକସଭା ସାସଂଦ ଓ ବିଧାୟକମାନେ ଉପସ୍ଥିତ ରହିବେ ଉଦଘାଟନ କରିବେ। ଉତ୍କର୍ଷ ଓଡ଼ିଶା ଯେପରି ହେଉଛି ସେହି ଢାଞ୍ଚାରେ ଉତ୍କର୍ଷ ନିମାପଡ଼ା ୨୦୨୫ ଅନୁଷ୍ଠିତ ହେବ ବୋଲି ଆଜି ଇନଡ଼ୋର ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା ତାଙ୍କର କାର୍ଯ୍ୟକାଳ ୧ ବର୍ଷ ପୂରଣ କରିଥିବାରୁ ତାଙ୍କର ରିପୋର୍ଟ କାର୍ଡ଼ ସର୍ବସାଧାରଣଙ୍କ ସମ୍ମୁଖରେ ଏହି ସମ୍ମିଳନୀ ରଖିବେ। ଏହି ସମ୍ମିଳନୀରେ ଉତ୍କର୍ଷ ଗ୍ରାମ, ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ଏଜୁକେଶନ ହବ, ପର୍ଯ୍ୟଟନ ପାଇଁ ଥିବା ସମ୍ଭାବନ, ଶିଳ୍ପ ଅଭିବୃଦ୍ଧି, ଅପରାଧ ସହିତ ନିମାପଡ଼ା ସ୍ମାର୍ଟ ନିମାପଡ଼ା ଇତ୍ୟାଦିକୁ ନେଇ ୧୧ଟି ବିଷୟରେ ଗୁରୁତ୍ବ ଦିଆଯିବ । ଉତ୍କର୍ଷ ନିମାପଡ଼ା ୨୦୨୫ରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା, ଏବଂ ଗୋପ ବ୍ଲକ ପଞ୍ଚାୟତ ସମିତିର ସମସ୍ତ ନିର୍ବାଚିତ ସଦସ୍ୟ ନିମାପଡ଼ା ଏନ.ଏ.ସିର ସମସ୍ତ କାଉନସିଲର ସାଧାରଣ ଜନତା, ଇଣ୍ଡଷ୍ଟ୍ରି ବିଶେଷଜ୍ଞମାନଙ୍କୁ ନେଇ ବିକଶିତ ନିମାପଡ଼ା ଗଠନ ପାଇଁ ରୋଡ଼ ମ୍ୟାପ ୨୦୩୬ ପାଇଁ ପ୍ରସ୍ତୁତ ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ ପିପୁଲସ ଫୋରମର ନିର୍ଦ୍ଦେଶକ ଅଶୋକ ସାହୁ , ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ ପ୍ରଧାନ, ଏସ.ଡ଼ିପିଓ ଜନାର୍ଦ୍ଦନ ପାଢୀ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଗୋପ ବିଡ଼ିଓ ଛବିରାଣୀ ସାହୁ, ତହସିଲଦାର ଅନିଲ କୁମାର ମହାନ୍ତି ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ କୁଶଲ ହେମ୍ବ୍ରମ୍, ସହକାରୀ ଯନ୍ତ୍ରୀ ଶକ୍ତିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।