ଭିଜିଲାନସ ହାତରେ ଧରାପଡ଼ିଲେ ଏନ.ଏ.ସିର କରିତକର୍ମା ଅମିନ ବିଜୟ ଗ୍ରହଚାର୍ଯ୍ୟ
ନିମାପଡ଼ା,(ଏ.ପି ନ୍ୟିୁଜ) ନିମାପଡ଼ା ଏନ.ଏ.ସି କରିତକର୍ମା ଅମିନ ବିଜୟ କୁମାର ଗ୍ରହଚାର୍ଯ୍ୟ ଆଜି ସଂଧ୍ୟାରେ ଏନ.ଏ.ସି ଅଫିସରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି। ପୂର୍ବ ବିଜେଡ଼ି ସରକାର ସମୟରେ ଅମିନ ବିଜୟଙ୍କ ଯେଭଳି ଦବଦବା ଥିଲା ନୂଆସରକାର ରେ ମଧ୍ୟ ସେହିଭଳି ଦବଦବା ଜାରିରହିଥିଲା। ବିଭିନ୍ନ କାମରେ ପରିଷଦର ସାଧାଣର ଲୋକଙ୍କୁ ଲୁଟି ରାଜନୈତିକ ଳୋକ ପରିଷଦ ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁଷ୍ଟ କରିରଖିଥିଲେ। ମିଳିଥିବା ସୁଚନାରୁ ପ୍ରକାଶ ତୋରିହଁବନ୍ଧ ଗ୍ରାମର ରଘୁନାଥ ଦାସ ନାମକ ବ୍ୟକ୍ତି ଏନ.ଏ.ସି ର ୧୧ନଂ ୱାର୍ଡ଼ ଅନ୍ତର୍ଗ ଭୁବନପୁର ଗ୍ରାମରେ କିଛି ଜମି ଥିଲା। ସେହି ଜମିଉପରେ ଗୃହ ନିର୍ମାଣ କରିବାକୁ ଏନ.ଏ.ସିର ଘର ନିର୍ମାଣ କରିବାପାଇଁ ପ୍ଲାନର ଆବଶ୍ୟକତା ରହିଛି। ପରିଷଦର ଅମିନ ବିଜୟ ଗ୍ରହଚାର୍ଯ୍ୟ ସହ ଯୋଗାଯୋଗ କରିବା୍କୁ ପରିଷଦର ପଦସ୍ଥ ଅଧିକାରୀ ଉପଦେଶ ଦେଇଥିଲେ। ରଘୁନାଥ ଦାସ ବିଜୟଙ୍କ ସହ ଯୋଗାଯୋଗ କରିବାରୁ ୩୩ହଜାର ଟଙ୍କାଦେଲେ ପ୍ଲାନ ଅନୁମୋଦନ ହୋଇଯିବ ତମେ ଘର ତିଆରି କରିବ ବୋଲି କଥା ଛିଡ଼ିଥିଲା। ଏହି ଟଙ୍କାଟା ସଂମ୍ପୂର୍ଣ୍ଣ ଳାଞ୍ଚ ବୋଲି ଜଣାପଡ଼ିଛି। ରଘୁନାଥ ଦାସ କିସ୍ତିୟାରୀ ଦେବେ ବୋଳି କହିଥିଳେ। ପ୍ରଥମେ ରଗୁନାଥ ଦାସ ୧୩ ହଜାର ଟଙ୍କା ବିଜୟ ବାବୁଙ୍କୁ ଦେଇଥିଲେ। ଏପଟେ ରଘୁନାଥ ଦାସ ଭୁବନେଶ୍ବର ଭିଜିଲାନସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବର ଭିଜିଲାନସ ଟିମ କରିତକର୍ମା ଅମିନ ବିଜୟ ଗ୍ରହଚାର୍ଯ୍ୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆଜି ସଂଧ୍ୟାରେ ଭିଜିଲାନସ ବିଭାଗର ୭ ଜଣିଆ ଦଳ ଏନ.ଏ.ସି ଅଫିସରେ ଛକି ବସିଥିଲେ। ଅମିନ ବିଜୟ ଗହଚାର୍ଯ୍ୟ ଆଜି ଭିଜିଲାନସ ଜାଲରେ ପଡ଼ି ଜେଲ ଯାଇଥିବା ସୁଚନା ମିଲିଛି ବିଜୟ ବାବୁ ଅଫିସ ବନ୍ଦ ହେବାପରେ ରଘୁନାଥ ଦାସଙ୍କୁ ସଂଧ୍ୟାସମୟରେ ତାଙ୍କ ଅଫିସକୁ ଟଙ୍କା କାରବାର ପାଇଁ ଡ଼ାକିଥିଳେ। ଏବଂ ରଘୁନାଥ ଦାସଙ୍କ ଠାରୁ ୧୭ ହଜାର ଟଙ୍କା ନେଉଥିବା ବେଳେ ଛକି ବସିଥିବା ଭିଜିଲାନସ ଟିମ ବିଜୟଙ୍କ ଅଫିସ ଉପରେ ଚଢଉକରି ରଙ୍ଗହାତରେ ବିଜୟଙ୍କୁ ମାଡ଼ି ବସିଥିଲେ। ଦୀର୍ଘଦିନ ଧରି ନିମାପଡ଼ା ଏନ.ଏ.ସିରେ ବିଜୟଙ୍କ ରାଜ ଚାଲି ଆସିଥିଲାଥିଲା। ଏନ.ଏ.ସି ର ସମସ୍ତଙ୍କୁ କରାୟତକରି ଏଇ କିଛିବର୍ଷ ମଧ୍ୟରେ କୋଟିଏରୁ ଉର୍ଦ୍ଧ ଟଙ୍କା ବିଜୟଙ୍କ ମାଧ୍ୟମରେ ଅଧିକାରୀମାନ ଆଦାୟକରି ନିଜନିଜ ମଧ୍ୟରେ ବାଣ୍ଟି ନେଇଥିବା ଅଭିଯୋଗ ହୋଇଛି। ଜଣେ ପରିଷଦ ଅଞ୍ଚଳରେ ବ୍ୟବସାୟ କରୁଥିବା ଜୈନିକ ବ୍ୟକ୍ତି ଏ.ପି ନ୍ୟୁଜକୁ କହିଛନ୍ତି ଟ୍ରେଡ଼ ଲାଇସେନସ ପାର୍ଇ ବିଜୟବାବୁ ୧୦ ହଜାର ଟଙ୍କା ଦେଲେ ତୁମର କାମ ହୋଇଯିବ ବୋଲି କହିଥିଲେ। ବ୍ୟବସାୟୀ ଜଣକ ରାଜି ହେବାପରେ ଟଙ୍କା କାରବାର ଦିନ ଗାଧୁଆ ଘରକୁ ଡ଼ାକିଡ଼େଇ ଡ଼ାକି ଗାଧୁଆଘର ସାବୁନ କେସରେ ଟଙ୍କା ରଖିଦେଇ ଆସିବାକୁ ଉକ୍ତ ବ୍ୟକ୍ତିଙ୍କୁ କହିଥିଳେ । ଏବଂ ତାଙ୍କ କଥା ଅନୁସାରେ କାର୍ୟ୍ୟ ହୋଇଥିଲା। ପାପର କଳସ ପୂର୍ଣ୍ର ହେବାପରେ ବାବୁଦରାପଡ଼ିଛନ୍ତି। ପରିଷଦ ଅଞ୍ଚଳରେ ଆଲୋଚନା ଚାଲିଛି। ବଡ଼ମାଛମାନେ ପରଦା ପଛରେ ରହିଯାଇଛନ୍ତି
