ଖଦିରେ ମହିଳାମାନଙ୍କୁ ସ୍ବାବଲମ୍ବି କରିବାପାଇଁ ରାଜ୍ୟସ୍ତରୀୟ କର୍ମଶାଳା
ନିମାପଡ଼ା,(ଏ.ପି .ନ୍ୟିୁଜ) ଖଦି ଗ୍ରାମୋଦ୍ୟଗ ଆୟୋଗ ଭାରତ ସରକାର, ଭୁବନେଶ୍ବର ଓ ମହିଳା ସଂଗଠନ ଓଡ଼ିଶା,ପୁରୀ ପକ୍ଷରୁ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଖଦିର ପ୍ରଚାର ଓ ପ୍ରସାର ପାଇଁ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ମଣିଜଙ୍ଗ ପାଟଣାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳ ମହିଳା ବିକାଶ ସଙ୍ଗଠନର ସମ୍ବାଦିକା ସୁଶ୍ରୀ ମୁଧୁସ୍ମିତା ସେନାପତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଖଦି ଗ୍ରାମୋଦ୍ୟଗ ଆୟୋଗର ନିର୍ଦ୍ଦେଶକ ’ଡ଼ଃ ସୁବାଷ ଛେତ୍ରୀ ଯୋଗଦେଇ ଭାରତ ସରକାର ଖଦିର ପ୍ରସାର ପାଇଁ ଖଦି ଆୟୋଗ ସହିତ ଗ୍ରାଞ୍ଚଳ ମହିଳାମାନେ ମିଳିତ ହୋଇ କାର୍ଯ୍ୟକଲେ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ଅଭିବୃଦ୍ଦି ହେବ ଏବଂ ସ୍ବାବଲମ୍ବୀ ହୋଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ଆଭା ମିଶ୍ର, କଳ୍ପନା ଦାଶ, ଡ଼ଃ ମହେନ୍ଦ୍ର ମହାନ୍ତି,ପ୍ରମୁଖ ଯୋଗଦେଇ ଖଦି ଆୟୋଗମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାର ଫାଇଦା ଉଠାଇ ଗ୍ରାମାଞ୍ଚଳମହିଳାମାନେ ଅର୍ଥନୈତିକ ପ୍ରଗତିରେ ସାମିଲ ହେବାକୁ କର୍ମଶାଳାରେ କହିଥିଲେ। ପ୍ରାରମ୍ଭିକ ସଂଗୀତଗାନକରିଥିଲେ କଣ୍ଠଶିଳ୍ପୀ ମୋନିକା ରାୟ। ମୁଖ୍ୟ ଅତିଥି ଖଦି ଗ୍ରାମୋଦ୍ୟଗ ଆୟୋଗ ନିର୍ଦ୍ଦେଶକ ଡ଼ଃ ଛେତ୍ରୀ ଓରାଜ୍ୟ ସଭାନେତ୍ରୀ କଳ୍ପନା ସାଶଙ୍କୁ ମହିଳା ବିକାଶ ସଂଗଠନ ଓ ହେଲପିଂ ହ୍ୟାଣ୍ଡ ଟ୍ରଷ୍ଟ ପକ୍ଷରୁ ଉପଢୈାକନ ଓ ଫୁଳତୋଡ଼ା ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା। କ୍ରିଷ୍ଣା କୁମାରୀ ବିଶ୍ବାଳ ଧନ୍ୟବାଦ ଦେଇଥିଲେ। ଦିବାକର ନାୟକ ଏବଂ ଚନ୍ଦ୍ରକାନ୍ତ ରାଉତରାୟ କର୍ମଶାଳାକୁ ପରିଚାଳନା କରିଥିଳେ। ପୁରୀ ଜିଲାର ୧୧ଟିବ୍ଲକରୁ ଶତାଧିକ ମହିଳା ଏହି କର୍ମଶାଳାରେ ଯୋଗଦେଇଥିଲେ`
