ବିଜେଡ଼ି ପୁରୀ ଜିଲା ମହିଳା ସଭାପତି ହେଲେ କସ୍ତୁରୀ ବାଳା ସ୍ବାଇଁ
ପୁରୀ (ଏ.ପି.ନ୍ୟିୁଜ) ପୁରୀଜିଲା ମହିଳା ସଭାପତି ଭାବେ ନାରୀ ନେତ୍ରୀ କସ୍ତୁରୀବାଳା ସ୍ବାଇଁଙ୍କୁ ମନୋନିତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ନାରୀ ନେତ୍ରୀ କସ୍ତୁରୀ ବାଳା ସ୍ବାଇଁ କିଛି ବର୍ଷ ହେବ ବିଜେଡ଼ି ସଂଗଠନକୁ ସୃଦୃଢ କରିବାପାଇଁ କାର୍ଯ୍ୟକରି ଆସୁଛନ୍ତି। ସେ ଦଳର ଆଦର୍ଶକୁ ମାନି ଚଳିବାସହ ଦଳ ସହିତ ରହି ସଂଗଠନ ପାଇଁ କାର୍ଯ୍ୟକ୍ରମ ଚାଳଇଛନ୍ତି। ସେ ନିଯୁକ୍ତି ପାଇବା ଦ୍ବାରା ମହିଳା ସଶକ୍ତିକରଣ, ଦଳୀୟ ସଂଗଠନ କୁ ଅଧିକ ଶକ୍ତିଶାଳୀ କରି ବାସହ ଲୋକସେବାରେ ନିଜକୁ ସର୍ବଦା ନିୟୋଜିତ କରିରଖିଛନ୍ତି। ବିଜେଡ଼ି ମହିଳା ସଭାପତି ଭାବେ କସ୍ତୁରୀ ସ୍ବାଇଁ ନିଯୁକ୍ତି ପାଇବାରେ ଜିଲାର ମହିଳା ସଂଗଠନଗୁଡ଼ିକ କ୍ରିୟାଶୀଳ ହୋଇପାରିବ।
