Uncategorized

ବିଶ୍ଵ ଓଜନ ଦିବସ ପାଳନ

Spread It

ନିମାପଡ଼ା(ଏପିନ୍ୟୁଜ) ନିମାପଡ଼ା ସ୍ୱୟଂ ଚାଳିତ ମହାବିଦ୍ୟାଳୟରେ ଆଜି ବିଶ୍ୱ ଓଜନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଅମିତା ମହାନାୟକଙ୍କ ସଭାପତିତ୍ୱ ବିଶ୍ୱ ଓଜନ ଦିବସ ପାଳନ କରାଯାଇଥିଲା। ଭୂତତ୍ୱ ବିଭାଗର ମୁଖ୍ୟ ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ ଓ କଲେଜ ପ୍ରଶାସନିକ ଅଧିକାରୀ ଡ.ରବୀନ୍ଦ୍ର ନାଥ ପାଢ଼ୀ, ବିଶ୍ୱ ତାପମାନ ବୃଦ୍ଧି ଓ ଓଜୋନ ସ୍ତରରେ ଛିଦ୍ର ସଂପର୍କରେ ଆଲୋଚନା କରିଥିଲେ। ୬୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ଅଧ୍ୟାପକଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ। ପ୍ରଦୀପ କୁମାର ଦାଶ, ପ୍ରବୀର କୁମାର ବେହେରା ପ୍ରଶାସନିକ ଅଧିକାରୀ,ସ୍ୱପ୍ନାରାଣୀ ମିଶ୍ର, ପ୍ରିୟଦର୍ଶିନୀ ମୁନି, ମମତା ରାଣୀ ସ୍ୱାଇଁ, ଦୀପକ ବିଶ୍ୱାଳ,ଋତୁପର୍ଣ୍ଣା ସାହୁ ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

 

Leave a Reply

Your email address will not be published. Required fields are marked *