ରାଜ୍ୟ

ପୁରୀ ପୌରାଞ୍ଚଳ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠି

Spread It

ପୁରୀ ୨୫/୧୧ (ଏ.ପି ନ୍ୟିୁଜ) ଆଜି ପୂର୍ବାହ୍ନରେ ପୁରୀ ପୌରାଞ୍ଚଳ ସ୍ତରରେ ଯୁବ ଉତ୍ସବ ୨୦୨୬ ପାଇଁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଆୟୋଜିତ ଏହି କାର‌୍ୟ୍ୟକ୍ରମ ରେ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ,କବିତା ଲିଖନ, ଲୋକ ନୃତ୍ୟ, ଲୋକ ସଂଗୀତ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଅରଜିତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଯୁବ ଉତ୍ସବ କାର‌୍ୟ୍ୟ ସୂଚୀ ସମ୍ପର୍କରେ ଆଲୋଚନା କରିବା ସହ ଏଠାରୁ ଶ୍ରେଷ୍ଠ ପ୍ରତିଯୋଗୀ ମାନେ ଚଳିତ ମାସ ୩୦ ତାରିଖରେ ଜିଲ୍ଲା ସ୍କୁଲ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ।ବକ୍ତୃତା ରେ ପୁରୀ ମହିଳା ମହାବିଦ୍ୟାଳୟ ର କଳ୍ପନା ବେହେରା, ଚିତ୍ରାଙ୍କନ ରେ ଏସସିଏସ ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଭୟ ପଣ୍ଡା,ପଦ୍ୟ ରଚନା ରେ ଏସସିଏସ ସ୍ବୟଂଶାସିତ ମହାବିଦ୍ୟାଳୟ ର ଆର‌୍ୟମାନ କର,ଗଳ୍ପ ରଚନାରେ ଏସସିଏସ ସ୍ବୟଂଶାସିତ ମହାବିଦ୍ୟାଳୟ ର ଚିନ୍ମୟୀ ପଣ୍ଡା,ଲୋକ ନୃତ୍ୟ ରେ ଲିଙ୍ଗରାଜ କଳା ନିକେତନ ଓ ଲୋକ ସଂଗୀତ ରେ ରଶ୍ମି ରେଖା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତର ପାଇଁ ଯୋଗ୍ୟ ବିବେଚିତ ହୋଇ ଥିଲେ।
ବିଚାରକ ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ମାନସ ରଞ୍ଜନ ମହାପାତ୍ର,ସିମାଞ୍ଚଳ ପଣ୍ଡା, ଡ଼ ଭଗବାନ
ଜୟସିଂହ,ବସନ୍ତ କୁମାର ପ୍ରଧାନ, ରାଜାରାମ ଦାସ,ପାଗଳ ସ୍ବାଇଁ, କିଶୋର ପ୍ରଧାନ, ଗୌରାଙ୍ଗ ଖୁଣ୍ଟିଆ, ବାଳ କୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।ପୌର ପରିଷଦର କର୍ମଚାରୀ,ସମସ୍ତ ଗୋଷ୍ଠୀ ସଂଗଠିକା ମାନେ କାର‌୍ୟ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *