ରାଜ୍ୟ

ସ୍ଵାସ୍ଥ୍ୟ ଏଟିଏମ କାର୍ଯ୍ୟରେ ଲାଗୁନି, ୨୫ ଲକ୍ଷର ମେସିନ ଅକାମୀ।

Spread It

ନିମାପଡା,(ଏପିନ୍ୟୁଜ) ରାଜ୍ୟର ପ୍ରଥମ ସ୍ବୟଂଚାଳିତ ହେଇଥ ମେସିନ ଅର୍ଥାତ ସ୍ଵାସ୍ଥ୍ୟ ଏ.ଟି.ଏମ ଗତ ମାସରେ ନିମାପଢ଼ା ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକାର୍ପିତ ହୋଇଥିଲା । ଏହି ଏଟିଏମ୍ ଦ୍ୱାରା ବିନା ଡାକ୍ତରରେ ୧୦୦ ରୁ ଉର୍ଦ୍ଧ୍ବ ପ୍ରକାର ସ୍ବାସ୍ଥ୍ୟ ପରୀକ୍ଷା ସହିତ ରୋଗୀ କ୍ଷଣିକ ମଧ୍ୟରେ ଫଳାଫଳ ଜାଣିପାରିବେ ବୋଲି ଉଦଘାଟନ ସମୟରେ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଥିଲେ। ହେଲେ ଉଦ୍‌ଘାଟନ ହେବା ପରଠାରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ଏହି ଏଟିଏମ ମେସିନ ରୁମ୍ ଭିତରେ ତାଲାପଡ଼ି ରହିଛି । ଏହାର ବ୍ୟବହାର ହେଉ ନଥିବା ଦେଖାଯାଇଛି । ନିମାପଡ଼ା ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡା଼କୁ ବିକାଶର ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦିତ ସ୍ଵୟଂ ହେଲଥ ଏଟିଏମକୁ ନିଜସ୍ଵ ଉଦ୍ୟମରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂସ୍ଥାପନ କରିଥିଲେ। ଉଦ୍ଦେଶ୍ୟ ଥିଲା ଅଯଥା ଡାକ୍ତରଙ୍କୁ ପାଖରେ ଗହଳି ନକରି, ପରାମର୍ଶ ପାଇଁ ଅପେକ୍ଷା ନକରି ଜଣେ ରୋଗୀ ନିଜର ୧୦୦ରୁ ଉର୍ଦ୍ଧ୍ଵ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ରୋଗୀର ମୁଖ୍ୟତଃ ରକ୍ତ ଶର୍କରା, ଡେଙ୍ଗୁ, ଏଚଆଇରି, ଇସିଜି, ହେମୋଗ୍ଲୋବିନ, ମ୍ୟାଲେରିଆ, ଇଏନଟି, ଚର୍ମ, ଚିକେନଗୁନିଆ, ମୂତ୍ରଜନିତ ପ୍ରମୁଖ ଫଏଡ, ରୋଗର ପରୀକ୍ଷା କରାନଯାଇ କେବଳ ସାଧାରଣ ବୁଡ଼ ପ୍ରେସର, ପଲ୍ସ ଆଦିର ପରୀକ୍ଷା କରାଯାଉଥିବା ଜଣା ପଡିଛି। ମେଡିକାଲ ଅଧିକାରୀଙ୍କ କହିବା ମୁତାବକ ମେସିନ ଯେତେବେଳେ ଇନଷ୍ଟାଲ ହେଲା ଆମେ ଏହାର ସିଷ୍ଟମ ବିଷୟରେ ଜାଣିନଥିଲୁ। ସେମାନେ ଆମକୁ ୧୦୦ ପ୍ରକାର ଟେଷ୍ଟ ହୋଇପାରିବ ବୋଲି କହିଥିଲେ। ଡାଇବେଟିସ ଆଦି ମୁଖ୍ୟ ଟେଷ୍ଟ ପାଇଁ ପଇସା ଲାଗିବ । ଏ ବାବଦରେ ମାସକୁ ୫୦ହଜାର ଟଙ୍କା ନେବେ ବୋଲି କହୁଛନ୍ତି । ସରକାରୀ ମେଡିକାଲରେ ଲୋକଙ୍କ ଠାରୁ କିପରି ପଇସା ନେବୁ ? ଦ୍ଵିତୀୟତଃ ମେଡିକାଳରେ ଆମର ଅଧିକ ଷ୍ଟାଫ ନାହାନ୍ତି । ଆମେ ସିଡିଏମଓଙ୍କୁ ଚିଠି ଲେଖିଛୁ । ମେସିନ ଅପରେଟ ପାଇଁ ଦୁଇଜଣ ଅଧିକ ଷ୍ଟାଫ ଏବଂ ମେସିନ ଚାର୍ଜ ପାଇଁ ୫୦ ହଜାର ଟଙ୍କାର ଅନୁମୋଦନ ଆବଶ୍ୟକ। ସିଡିଏମଓ ଯଦି ସହମ୍ମତି ପ୍ରଦାନ କରିବେ ତେବେ ଏହି ମେସିନ ଚାଲିବ। ଏଠାରେ ପ୍ରଶ୍ନ ଉଠୁଛି ଯେତେ ବେଳେ ୨୫ ଲକ୍ଷ ଟଙ୍କାର ମେସିନ ସଂସ୍ଥାପନ କରାଗଲା ସେତେବେଳେ କଣ ଏ ସମ୍ବନ୍ଧରେ କମ୍ପାନୀ ସହିତ ସବିଶେଷ ଆଲୋଚନା କରା ଯାଇନଥିଲା ? ପୂର୍ବରୁ ରୋଗୀମାନେ ଯେଉଁଭଳି ସମସ୍ୟା ର ସମ୍ମୁଖୀନ ହେଉଥିରେ ବହୁମୂଲ୍ୟର ମେସିନ ଇନଷ୍ଟାଲ ହେବା ପରେ ବି ସେହିପରି ସମସ୍ୟା ଭୋଗ କରୁଛନ୍ତି । ନିମାପଡ଼ା କୁ ବିକଶିତ କରିବା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସର୍ବସ୍ଵ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଓ ତୁଳସୀପୁର ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ। ତୁରନ୍ତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ସାଧାରଣ କିଛି ଟେଷ୍ଟକୁ ଛାଡିଦେଲେ ଅନ୍ୟ ସମସ୍ତ ଟେଷ୍ଟପାଇଁ ପଇସା ଲାଗିବ ବୋଲି ଏବେ କହୁଛନ୍ତି। ଲିକ୍‌ସୁୟିଡ଼ ପ୍ରୋଫାଇଲ, ଥାଇରଏଡ, ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *