ବୃଦ୍ଧ ବ୍ୟକ୍ତି ନିରୁଦ୍ଦିଷ୍ଟ
ନିମାପଡ଼ା ୮/୭( ଏ.ପି ନିୟୁଜ)) ୭୫ ବର୍ଷ ବୟଷ୍କ ବୃଦ୍ଧ ବ୍ୟକ୍ତି ନଦୀକୁ ଶୈାଚ ହେବାପାଇଁ ଯାଇଥିଲେ। ଆଉ ଘରକୁ ଫେରିନଥିବାରୁ ପରିବାର ଲୋକ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବାସୁଚନାରୁ ପ୍ରକାଶ କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଡ଼ା ଭାୟା କସରଦା ଗ୍ରାମର ନୀଳମଣି ଦାସ ବୟସ ୭୫ କନ୍ଦଳ ନଦୀକୁ ଶୈାଚହେବାପାଇଁ ୬ତାରିଖ ଅପରାହ୍ନ।୩ଟାରେ ଯାଇଥିଲେ ଆଉ ଘରକୁ ଫେରିନଥିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିବାପରେ ସଂଧାନ ନମିଳିବାରୁ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକ ସନ୍ଦେହ କରୁଛନ୍ତି ଶୈାଚ ହେବାପାଇଁ କନ୍ଦଳ ନଦୀକୁ ଯାଇଥିଲେ । ନଦୀର ପ୍ରଖର ଶ୍ରୋତରେ ଭାସିଯାଇପାରଥାନ୍ତି ନଚେତ ଘରୁ କୁଆଡ଼େ ଚାଲି ଯାଇଛନ୍ତି ବୋଲି ସନ୍ଦେହ କରାଯାଇଛି। ସେ ଘରୁ ବାହାରିବା ବେଳେ ଧଳା ଗାମୁଛାପିନ୍ଧି ଥିଲେ। କୈାଣସି ସହୃଦୟବ୍ୟକ୍ତି ବୃଦ୍ଧ ନୀଳମଣିଙ୍କର ସନ୍ଦାନ ପାଇଳେ ନିକଟସ୍ଥ ପୁଲିସରେ କିମ୍ବା ୭୬୦୬୦୩୮ ୬୮୦ରେ ଯୋଗ ଯୋଗ କରିବାକୁ ଅନୁରୋଧ କରିଛନ୍ତି।
