ରାଜ୍ୟ

ପରିକ୍ରମା ପକ୍ଷରୁ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread It

 

ଝରାଡିହ, ରାଇରଙ୍ଗପୁର (ଏପିନ୍ୟୁଜ) ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା” ପକ୍ଷରୁ ଏକ କୁଇଜ ପ୍ରତିଯୋଗିତା ଝରାଡ଼ିହି, ପି ଏମ ଶ୍ରୀ ଉଚ୍ଚ ମାଧ୍ୟମିକରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ସମାରୋହରେ ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତିରଞ୍ଜନ ପାଣି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଚାସୀନ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ  ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରୀଗଣେଶଙ୍କ ପାଖରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ପରିକ୍ରମାର ସଂଯୋଜକ ରଞ୍ଜନ ନନ୍ଦ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ପରିକ୍ରମାର ସମ୍ପାଦକ ସମାଜସେବୀ  ସୁବାସ ମଣ୍ଡକ,ବିଦ୍ୟାଳୟର ଟ୍ରଷ୍ଟି ତଥା ଶିକ୍ଷାବିତ ରେଖାରାଣୀ ସିଂ, ବିଦ୍ୟାଳୟର ଆଲୁମନି ଆସୋସିଏସନର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାଏକ, ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରା଼ଜ କିଶୋର ମହାନ୍ତ, ଏସ ଏମ ସି କମିଟର ସକ୍ରିୟ ସଦସ୍ୟ ଦୀନବନ୍ଧୁ ମହାନ୍ତ, ପୂର୍ବତନ ସଦସ୍ୟ ସୁବାସ ମଣ୍ଡଳ, ଶିକ୍ଷକ ଅଞ୍ଜନ ମଣ୍ଡଳ, ଓଡିଶା ଉଚ୍ଚ ନ୍ୟାଳୟର ଆଇନଜୀବୀ ତଥା ଶିକ୍ଷା ସିହ୍ନା ଙ୍କ ପିତା ବିଜୟ କୁମାର ସିହ୍ନା ପ୍ରମୁଖ ମଞ୍ଚାସୀନ ଥିଲେ। କୁଇଜ କାଯ୍ୟକ୍ରମକୁ ପରିକ୍ରମାର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ପରିଚାଳନା କରିଥିଲେ। ସମସ୍ତ ସଠିକ ଉତ୍ତର ପ୍ରଦାନ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷିକା, ଅଧ୍ୟାପିକ, ଅଧ୍ୟାପିକା ଓ ଅବିଭାବକ ମାନଙ୍କୁ ପରିକ୍ରମା ପକ୍ଷରୁ ଆକର୍ଷଣୀୟ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ବା ତଦୁର୍ଦ୍ଧ୍ଵ ନମ୍ବର ରଖିଥିବା ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଝରାଡ଼ିହି ର ଶିକ୍ଷା ସିହ୍ନା, ଆକାଶ ମହାନ୍ତି ଓ ଫାତୁ ମେମୋରିଆଲ ଆକାଡେମୀ, ତାରଣାର ପାୟଲ ପ୍ରିୟଦର୍ଶିନୀ ପୃଷ୍ଟି ଓ ସସ୍ମିତା ହେମ୍ବ୍ରମଙ୍କୁ ପରିକ୍ରମା ପକ୍ଷରୁ ମୋମେଣ୍ଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ, ଶିକ୍ଷା ସିହ୍ନI ଙ୍କ ମାତା ତଥା ବରିଷ୍ଠ ଶିକ୍ଷୟତ୍ରୀ ଧରିତ୍ରୀ ବେହେରା, ମିତା ହାଁସଦା, ଶିବାନୀ ଦାଶ, ଦେବକୀ ଗୋପାଲ, ସୁଜାତା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *