ଶିଶୁ ଉଦ୍ୟାନରେ ପିଲାଙ୍କ ଜୀବନ ସହିତ ଖେଳ
ଶିଶୁ ଉଦ୍ୟାନରେ ପିଲାଙ୍କ ଜୀବନ ସହିତ ଖେଳ
ନିମାପଡ଼ା, ୨୯/୬(ଏପିନ୍ୟୁଜ) ନିମାପଡ଼ା ଏନ.ଏ.ସି ଦ୍ବାରା ପରିଚାଳିତ ଶିଶୁ ଉଦ୍ୟାନଟି ଟାଉନହଲ ,ଗ୍ରାମ୍ୟ ନିର୍ମାଣ ବିଭାଗ, ନିଆଁଲିଭା କେନ୍ଦ୍ର,ଏବଂ ପ୍ରାଣୀ ଚିକିତ୍ସାଳୟ ବିଭାଗର ଅତିନିକଟରେ ଅବସ୍ଥିତି। ବର୍ତ୍ତମାନ ସମୟରେ ଶିଶୁ ଉଦ୍ୟାନର ପରିସର ଗଛଲତା ଉଡି ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି। ଏହି ଗଛଲତା ବଡ଼ବଡ଼ ଘାସ ମଧ୍ୟରେ ସରସୃପ ମାନଙ୍କ ବାସସ୍ଥଳି ପାଲଟିଛି। ଶିଶୁ ଉଦ୍ୟାନଟି ଏକ ପ୍ରକାର ଅସ୍ବାସ୍ଥ୍ୟକାର ପରିବେଷରେ ରହିଛି। ଗଛଳତାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲ ଭ୍ରମ ସୃଷ୍ଟି କରୁଥିବା କାରଣରୁ ସାପ ଓ ଅନ୍ୟ ସରୀସୃପ ମାନେ ଉଦ୍ୟାନ ପରିସରରେ ବୁଳୁଥିବା ଶିଶୁ ଉଦ୍ୟାନକୁ ଯାଉଥିବା ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଦେଖିଥିବା ଅଭିଯୋଗ କରିଛନ୍ତି। ପରିଷଦର ଅନେକ କର୍ମଚାରୀ ଝାଡ଼ୁଦାର କାର୍ଯ୍ୟରେ ଅଛନ୍ତି କିନ୍ତୁ ଉଦ୍ୟାନରେ ଜନ୍ମହୋଇଥିବା ଘାସଲତା ଜଙ୍ଗଲକୁ ସଫା କରିବାପାଇଁ ଉଦ୍ୟମ କରୁନଥିବା ଜଣାପଡ଼ିଛି। ଫଳରେ ଉଦ୍ୟାନକୁ ଖେଳିବାକୁ ଯାଉଥିବା ଶିଶୁ ଓ ବ୍ୟାୟାମ କରିବାକୁ ଯାଉଥିବା କିଶୋରମାନଙ୍କ ଜୀବନ ସହିତ ପରିଷଦ ଖେଳୁଛି ବୋଲି ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏନ.ଏ.ସି କର୍ତ୍ତୁପକ୍ଷ ଶିଶୁ ଉଦ୍ୟାନ ପ୍ରତି ତୁରନ୍ତ ଧ୍ୟାନଦେବାକୁ ସ୍ଥାନୀୟ ଅଞ୍ଚଳର କିଶୋର ମାନେ ଦାବୀ କରିଛନ୍ତି।

