ରାଜ୍ୟ

କୁଶଭଦ୍ରା ନଦୀ ପୋଲ ହୋଇଛି ବୁଲା ଷଣ୍ଢ ଓ ଗାଈଙ୍କ ଆଶ୍ରୟସ୍ଥଳୀ । ଟ୍ରାଫିକ ଅବସ୍ଥା ବେହାଲ

Spread It

କୁଶଭଦ୍ରା ନଦୀ ପୋଲ ହୋଇଛି ବୁଲା ଷଣ୍ଢ ଓ ଗାଈଙ୍କ ଆଶ୍ରୟସ୍ଥଳୀ । ଟ୍ରାଫିକ ଅବସ୍ଥା ବେହାଲ

ନିମାପଡ଼ା, ୨୯/୬(ଏପିନ୍ୟୁଜ) ପିପିଲି- କେଣାର୍କ ଏବଂ ଅସ୍ତରଙ୍ଗ ମୁଖ୍ୟ ରାସ୍ତାକୁ ସଂଯୋଗ କରିବାପାଇଁ ନିମାପଡ଼ା ନିକଟରେ କୁଶଭଦ୍ରା ନଦୀ ଉପରେ ଏକ ପୋଲ ନିର୍ମିତ ହୋଇଛି। ଏହି ପୋଲ ଉପରେ ବୁଲା ଷଣ୍ଢଙ୍କ ଓ ଗାଇମାନଙ୍କ ଅକ୍ତିଆରରେ ରହିଛି।  କୁଶଭଦ୍ରା ପୋଲ ଉପରେ ୫୦ରୁ ଉର୍ଦ୍ଧ ବୁଲା ଷଣ୍ଢ ଏବଂ ଗାଇ ଗୁଡ଼ିକ ‌ଶୋଇବା ସହ ଠିଆହୋଇ ରହିଥାନ୍ତି। ଏହି  କାରଣରୁ  ପ୍ରତିଦିନ ଏହି ପୋଲଉପରେ ଟ୍ରାଫିକ ସମ‌ାସ୍ୟା ଦେଖା ଦେଉଛି। ବୁଲା ଗୋରୁ ଗାଈଷଣ୍ଢଗୁଡ଼ିକ ଯୋଗୁଁ ଏହି ପୋଲ ଉପରେ ଘଣ୍ଟାଘଣ୍ଟା ଧରି ଉଭୟପଟରୁ ଯାନବାହାନ ଅଟକିରହିଥାଏ। ଗାଡ଼ି ଚାଳକମାନେ ନିଜନିଜ ମଧ୍ୟରେ ସମାଧାନ କରି ଗନ୍ତବ୍ୟ ସ୍ଥଳକୁ ଯାତାୟତ କରିଥାନ୍ତି। ହେଲେ ବୁଲା ଗୋରୁଗାଇ ଏବଂ ଷଣ୍ଢଙ୍କୁ ଘଉଡ଼ାଇବାପାଇଁ ଏନ.ଏ.ସି କର୍ତ୍ତୁପକ୍ଷ କିମ୍ବା ଟ୍ରାଫିକ ସମାସ୍ୟାର ସମାଧାନ ପାଇଁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ କୋଣାର୍କ ଯାଉଥିବା ଏବଂ ଫେରୁଥିବା ଦେଶି ବିଦେଶୀ ପର୍ଯ୍ୟଟକ କୁଶଭଦ୍ରା ପୋଲ ଉପରେ ଟ୍ରାଫିକ ସମସ୍ୟା ଯୋଗୁଁ ଅଟକି ରହିଥାନ୍ତି ଏବଂ ବିରକ୍ତି ପ୍ରକାଶ କରିଥାନ୍ତି।  ଦୈନଦିନ ଏଭଳି ଘଟଣା ଘଟୁଥିଲାବେଳେ ଏଥିପ୍ରତି ପ୍ରଶାସନ ଅଣଦେଖା କରୁଥିବାରୁ ସ୍ଥାନୀୟ  ମହିଳା ସମାଜସେବୀ ସରିତା ମହାପାତ୍ର, ବୁଦ୍ଧିଜିବୀମାନେ କ୍ଷୋବ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *