ରାଜ୍ୟ

ଦୀର୍ଘ ୧୦ ବର୍ଷ ହେବ ଡାହୁକ ସେବା କରି ଆସୁଛନ୍ତି ରଘୁ ବେହେରା

Spread It
ଦୀର୍ଘ ୧୦ ବର୍ଷ ହେବ ଡାହୁକ ସେବା କରି ଆସୁଛନ୍ତି ରଘୁ ବେହେରା।
ଚାରିଛକ,(ଏପିନ୍ୟୁଜ)( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ଆଜକୁ ୧୦୦ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ନିକଟସ୍ଥ ସୁଧ ବାରିମୂଳ ଗ୍ରାମର ରଘୁ ବେହେରା ଏହି ରଥଯାତ୍ରା ରେ ଡାହୁକ ସେବା କରି ଆସୁଛନ୍ତି। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଠାରୁ ସେ ଶୁଦ୍ଧ ପୁତ୍ତ ଭାବେ ରହି ଆସିଥାନ୍ତି। ଶ୍ରୀ ଗୁଣ୍ଡିଚା ଦିନ ସେ ତୁଳସୀପୁର ଗ୍ରାମ ରେ ପହଞ୍ଚି ନବବସ୍ତ୍ର ପରିଧାନ କରିବା ପରେ ତାଙ୍କୁ ଭାଗବତ ଠାକୁର ପୂଜା ପାଉଥିବା ଗୃହ ରେ ଡାହୁକ ବେଶ ରେ ସଜ୍ଜିତ କରା ଯାଇଥାଏ। ନିକଟସ୍ଥ ବନ୍ଦେଶ୍ୱର ଗ୍ରାମ ରୁ କଳାଠାକୁର ଶ୍ରୀ ଗୁରୁଦେବ ପାଲିଙ୍କି ରେ ତୁଳସୀପୁର ଗ୍ରାମ କୁ ଆସି ରଥାରୁଢ଼ ହେବା ପରେ ପୂଜକ ଠାକୁର ଙ୍କ ଆଜ୍ଞାମାଳ ତାଙ୍କ ପାଖକୁ ପଠାଇଥାନ୍ତି।ଗ୍ରାମବାସୀ ମାନେ ତାଙ୍କୁ ଠାକୁର ଙ୍କ ଆଜ୍ଞାମାଳ ପିନ୍ଧାଇ ଘଣ୍ଟ ବଜାଇ ଏକ ଶୋଭାଯାତ୍ରା ରେ ରଥ ପାଖକୁ ପାଛୋଟି ନେଇଥାନ୍ତି। ରଘୁ ରଥ କୁ ମୁଣ୍ଡିଆ ମାରି ଠାକୁର ଙ୍କୁ ପ୍ରଣାମ କରି ରଥ ଉପରକୁ ଉଠିଥାନ୍ତି।ଗୋଟିଏ ହାତରେ ତାଙ୍କର ବଙ୍କୁଲି ବାଡ଼ି ଧରିଥିବାବେଳେ ଅନ୍ୟ ହାତରେ ନହକା ବେତ ଧରିଥାନ୍ତି। ବେତ ଶୀର୍ଷ ରେ ଫୁଲ ମାଳ ବନ୍ଧା ଯାଇଥାଏ। ଭକ୍ତ ମାନେ ହରିବୋଲ ହୁଳହୁଳି ପକାଇବା ପରେ ରଘୁ ବୋଲି ଡ଼ାକିଥାନ୍ତି। ଏହି ବୋଲି ରଶିକିଆ ହୋଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରି ଥାଏ। ଭକ୍ତ ମାନେ ଆନନ୍ଦ ରେ ହରିବୋଲ ଧ୍ୱନୀ ଦେଇ ରଥ ଆଗକୁ ଆଗକୁ ଟାଣି ନେଇଥାନ୍ତି। ଠାକୁର ଘର ଘର ଭୋଗ ଖାଇ ଶେଷ ରେ ଗୁଣ୍ଡିଚା ମନ୍ଦିର ( ମା କନକ ଦୂର୍ଗା) ଠାରେ ପହଞ୍ଚିଥାଏ। ପ୍ରତି ଘର ଆଗରେ ଠାକୁର ଙ୍କୁ ଭୋଗ ଲାଗି ପରେ ରଘୁ ବୋଲି ଡାକିଥାନ୍ତି। ଶ୍ରୀ ଗୁଣ୍ଡିଚା ଯାତ୍ରା ପରେ ରଘୁ ଙ୍କୁ ଠାକୁର ଙ୍କ କିଛି ଭୋଗ ତୁଳସୀ ଗ୍ରାମବାସୀମାନେ ପ୍ରଦାନ କରିଥାନ୍ତି। ରଘୁ ତୁଳସୀପୁର ବଜାର କୁ ଯାଇ ଭକ୍ତ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ମାନ ଙ୍କୁ ଠାକୁର ଙ୍କ ଭୋଗ ଓ ଲାଗି ତୁଳସୀ ପ୍ରଦାନ କରି ଯିଏ ଯାହା ଖୁସି ରେ ଦକ୍ଷିଣା ପ୍ରଦାନ କରିଥାନ୍ତି। ରଘୁ ନିଜ ଘରକୁ ଫେରିଥାନ୍ତି।ବାହୁଡା଼ ଯାତ୍ରା ଦିନ ସେହିପରି ରଥ ରେ ଚଢ଼ି ରଘୁ ଡାହୁକ ବୋଲି ଡାକିଥାନ୍ତି। ରଥ ଗାଁ ଶେଷ ମୁଣ୍ଡ ରେ ପହଞ୍ଚିବା ପରେ ଠାକୁର ଙ୍କ ପୋଡ଼ ପିଠା ଭୋଗ ଆଣି ଭକ୍ତ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ମାନଙ୍କୁ ବଣ୍ଟନ କରି ବେଶ ଦୁଇ ପଇସା ଦକ୍ଷିଣା ପାଇଥାନ୍ତି। ଦୀର୍ଘ ୧୦ ବର୍ଷ ହେବ ରଘୁ ଶ୍ରୀ ଗୁରୁଦେବ ଙ୍କ ରଥଯାତ୍ରା ରେ ଡାହୁକ ସେବା କରି ଆସୁଛନ୍ତି। ଏହା ତାଙ୍କର ପରମ ସୌଭାଗ୍ୟ।ଗ୍ରାମବାସୀ ମାନେ ତାଙ୍କୁ ଏହି ସେବା କରିବାକୁ ସୁଯୋଗଦେଇଥିବାରୁ ସେ ଭାଗ୍ୟବାନ। ଭକ୍ତି ଓ ନିଷ୍ଠା ର ସହିତ ସେ ଡାହୁକ ସେବା କରି ଆତ୍ମସନ୍ତୋଷ ପାଇ ପାରୁ ଛନ୍ତି ବୋଲି କହିଛନ୍ତି ରଘୁ ବେହେରା।

Leave a Reply

Your email address will not be published. Required fields are marked *