ରାଜ୍ୟ

ଦିବ୍ୟାଙ୍ଗ ମାନଙ୍କୁ ଦର୍ଶନ ସୁବିଧା ବ୍ୟବସ୍ଥା କଲା ପ୍ରଶାସନ

Spread It

ଦିବ୍ୟାଙ୍ଗ ମାନଙ୍କୁ ଦର୍ଶନ ସୁବିଧା ବ୍ୟବସ୍ଥା କଲା ପ୍ରଶାସନ।
ପୁରୀ ୧/୭ (ଏପିନ୍ୟୁଜ) ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ପରାମର୍ଶ ଓ ସହାୟତା କ୍ରମେ ଆଜି ଦିବ୍ୟାଙ୍ଗ ମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ ସୁବିଧା କରାଯାଇଛି।ଜିଲ୍ଲାପାଳ ଶ୍ରୀ ରାଣା ନିଜେ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଏହି ଦର୍ଶନ ର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ ସିଦ୍ଧାର୍ଥ ରାୟ,ଦି ବେଲ ଅନୁଷ୍ଠାନର ସମସ୍ତ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *