ନିମାପଡ଼ା ପ୍ରେସ କ୍ଲବର ଜରୁରୀ ବୈଠକ ଅନୁଷ୍ଠିତ
ନିମାପଡ଼ା,୨/୭(ଏପିନ୍ୟୁଜ) ନିମାପଡ଼ା ପ୍ରେସ କ୍ଲବର ଏକ ଜରୁରୀ ବୈଠକ ଗ୍ରୀନ ଲ୍ୟାଣ୍ଢ ମଣ୍ଡପରେ ସଭାପତି ଅକ୍ଷୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ୩ମାସର ଆୟ ବ୍ୟୟର ହିସାବ ସଂପାଦକ ରମାକାନ୍ତ ବେହେରା ଉପସ୍ଥାପିତ କରିଥିଲେ। ପ୍ରେସ କ୍ଲବର ନିଜସ୍ବ ଭୂମିରେ ଗୃହ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଗୃହ ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ସଭାପତି ଯୋଗାଇଦେବେ ବୋଲି ପ୍ରସ୍ତାବ ଦେଇଥିଲେ। ପ୍ରେସ କ୍ଲବର ସଭ୍ୟ ଥାଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିବା ଓ ବିଶୃଙ୍ଖଳିତ ଆଚରଣ କରୁଥିବା ସଭ୍ୟଙ୍କୁ କ୍ଲବର ସଭ୍ୟମାନେ ନିନ୍ଦା କରିଥିଲେ। ଆଜିର ବୈଠକର ବର୍ଷିଆନ ସମାମ୍ବାଦିକ ତଥା ପ୍ରତିଷ୍ଠାତା ସଭ୍ୟ ପ୍ରତାପ ମହାନ୍ତି, ପ୍ରେସ କ୍ଲବର ଉନ୍ନତି କାମନା କରିବାସହ ମୂଲ୍ୟବାନ ପରାମର୍ଶ ଦେଇଥିଲେ (ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ)। ଅତିଥିଭାବେ ଆଜି ପର୍ଯ୍ୟନ୍ତ ସଂପାଦକ କ୍ଷିତିଶ ପ୍ରଶାଦ ମହାନ୍ତି, ଯାଦବ ସଂଘର ସଭାପତି ଗୟାଧର ବେହେରା କାଉନସିଲର ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
