ଟିକଟ କରି ବନିଶ ପକାଇ ମାଛ ଧରାଯାଉଛି
ଟିକଟ କରି ବନିଶ ପକାଇ ମାଛ ଧରାଯାଉଛି
ନିମାପଡ଼ା, ୨/୭(ଏପିନ୍ୟୁଜ) ସ୍ଥାନୀୟ ଗଡ଼ଅଣ୍ଡିଆ ଗ୍ରାମରେ ଥିବା ଏକ ମାଛ ପୋଖରୀରେ ବନିଶ ପକାଇ ମାଛ ଧରିବାକୁ ଯୁବକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ମାଛ ଧରିବା ପାଇଁ ଆଗ୍ରହୀ ଯୁବକମାନେ ବନିସ ପକାଇ ମାଛ ଧରିବା ପାଇଁ ଅଢେଇ ହଜାର ଟଙ୍କା ଦେଇ ଟିକଟ କିଣି ମାଛ ଧରୁଛନ୍ତି। ଅଢେଇ ହଜାର ଟଙ୍କା ବଦଳରେ ୮ ଦିନ ମାଛ ଧରିବେ ଦୈନିକ ୧୫ରୁ ଉର୍ଦ୍ଦ ଯୁବକ ବନିଶ ପକାଇ କ୍ବିଣ୍ଟାଲ ଉଦ୍ଧଁ ଓଜନର ମାଛ ଧରୁଥିବା ଲକ୍ଷ୍ୟ ଜଣାପଡ଼ିଛି। ନିକଟସ୍ଥ ଗୁହାଳ ପଡ଼ା ଗ୍ରାମର ବାପୁ ପଣ୍ଡା ନାମକ ଦୈନିକ ୧୦ କିଗ୍ରା ଓଜନର ରୋହି ଭାକୁର ଓ ମିଟିକାଳୀ ଜାତୀୟ ବଡ଼ମାଛ ଧରୁଥିବାବେଳେ ୫ଶହ ଗ୍ରାମ ଓଜନର ଛୋଟମାଛ ମଧ୍ୟ ବନିଶରେ ପଡ଼ୁଛନ୍ତି। ବନିଶ ଗୁଡ଼ିକ ଦୁବାଇରୁ ଅନଲାଇନରେ ବରାଦ ମୁତାବକ ଆସୁଛି। ଏହି ବନିଶ ମୂଲ୍ୟ ଭାରତୀୟ ମୁଦ୍ରାରେ ୩ହଜାର ଠାରୁ ୫ ହଜାରଟଙ୍କା ପଡ଼ୁଥିବା ବନିଶ କିଣିଥିବା ଗ୍ରାହକ ମାନେ କହିଛନ୍ତି। ମାଛ ଖାଇବା ପାଇଁ ସ୍ବତନ୍ତ୍ରଭାବେ ଦାନା ପ୍ରସ୍ତୁତ କରାଯାଉଛି। ବନିଶ ମାଲିକ ବାପୁ ପଣ୍ଡା , ମୋବା ଖାନ, କୃଷ୍ଣ ଆଚାର୍ଯ୍ୟ ,ରଂଜନ କୁମାର ମାର୍ଥା କହିଛନ୍ତି ଆଠ ଦିନ ପାଇଁ ଟିକଟ କରିଛୁ । ଟିକଟର ମୂଲ୍ୟ ଉଠାଇବାସହ ଅଧିକ ମାଛ ଧରିବା ପାଇଁ ଯେଉଁ ନାନା ପ୍ରକାର ଦ୍ରବ୍ୟରେ ମିଶାଇ ପ୍ରସ୍ତୁତ କରୁଛୁ ମାଛ ଖାଇବା ଦାନା। ସେହି ସବୁ ଦ୍ରବ୍ୟକୁ ଏକାଠି କରିବାପରେ ତାହାର ମୂଲ୍ୟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ମାଛ ଦାନା ପ୍ରସ୍ତୁରେ ମୁଖ୍ୟ ଆଧାର ହେଉଛି କାଇ (ଏକ ପ୍ରକାର ବଡ଼ ପିମ୍ପୁଡ଼ି)ର ଡ଼ିମ୍ବ , ମେଥୀ, ଗନ୍ଧଶୁଠିଁ, ଅଟା, ହେଙ୍ଗୁ, ଚରେଇ (ଏକ ପ୍ରକାର ଆଚାର)ସୋରିଷ ପଡ଼ିଆ ସମ୍ମିଶ୍ରଣରେ ମାଛ ଖାଇବା ପାଇଁ ଦାନା ପ୍ରସ୍ତୁକରୁଛନ୍ତି। ଏହି ସମ୍ମିଶ୍ରଣର ଦାନା ବନିଶ କଣ୍ଟାରେ ଲଗେଇଲେ ପୋଖରୀରେ ଥିବା ମାଛ ଦାନା ବାସ୍ନାରେ ଖାଇବାକୁ ଆସି କଣ୍ଟାରେ ଲାଗିଥାନ୍ତି ବୋଲି କହିଛନ୍ତି ବନିଶ ପକାଉଥିବା ଯୁବକମାନେ। ବର୍ଷାରୁତୁ ଆସିଥିବା ପୋଖରୀ ଜଳ ପୂର୍ଣ୍ଣ ଅଛି। ଜାଲ ପକାଇ ମାଛ ଧରିବା ସମ୍ଭବ ହେଉନଥିବାରୁ ପୋଖରୀ ମାଲିକ ଏହି ଅଭିନବ ପନ୍ଥା ବାଛି ନେଇଛନ୍ତି।
