୭୬ ତମ ବନ ମହୋତ୍ସବ ପାଳନ
୭୬ ତମ ବନ ମହୋତ୍ସବ ପାଳନ
ନିମାପଡା (ଏପିନ୍ୟୁଜ) ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୟାସବେରା ୟୁଥ୍ ଟ୍ରଷ୍ଟ ପ୍ରାଟିସିଂ ଉ.ପ୍ରା. ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ବ ଦିବସ ପାଳନ କରିଛି। ଏହି ଅବସରରେ ସ୍କୁଲ ପରିସରରେ ଟଗର, ମନ୍ଦାର, ଗୋଲାପ, ମଲ୍ଲି ସମେତ ୫୦ ପ୍ରକାରର ଚାରା ରୋପଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ସାବୁତ, ଜୀବନ ଜୋତି ଶତପଥି, ନିର୍ମଳ ମିଶ୍ର, ବିଚିତ୍ରା ନନ୍ଦ ପାତ୍ର, ସମ୍ପାଦକ ନିର୍ମଳ ପରିଜା, କୋଷାଦକ୍ଷ ପ୍ରଦୀପ୍ତ ସ୍ୱାଇଁ, ତାପସ ସାହୁ, ସୋମିତା ଭାଟିଆ, ବନିତା ଜେନା, ଶ୍ରଦ୍ଧାଞ୍ଜଳି ଓଝା, ସୁବାଶିଷ ସ୍ୱାଇଁ, ଅକ୍ଷୟ କୁମାର ମଲିକ, ପ୍ରଦୀପ ପତି, ସୋମ୍ୟରାଜନ ଜେନା, ପୁର୍ଣଚନ୍ଦ୍ର ପାଲ, ଅମିତ ପରିଜା, ପ୍ରଭୁତି ୩୦ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ। ଫରେଷ୍ଟ ଅଫିସର ବଳଭଦ୍ର ନାୟକ,ଫରେଷ୍ଟର ଗାର୍ଡ ରୁଦ୍ର ନାରାୟଣ ବେହେରା, ବାବାଜୀ ସ୍ୱାଇଁ ପ୍ରଭୁତି ଉପସ୍ଥିତ ଥିଲେ।
ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ପକ୍ଷରୁ ବନ ମହୋତ୍ସବ ପାଳନ
ପୁରୀ(ଏପିନ୍ୟୁଜ) ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ଜିଲ୍ଲା ଦୌରା ଜର୍ଜ ଶ୍ରୀମତୀ ଅଜନ୍ତା ଷଢଙ୍ଗୀଙ୍କ ନିଦ୍ଦେର୍ଶରେ ବନ ମହୋତ୍ସବ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ପେଣ୍ଠକଟା ପରିସରରେ ପାଳନ କରାଯିବା ସହ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଉପକୂଳପତି ଶ୍ରୀ ଜି.ଏସ୍.ଭି ଦତ୍ତତ୍ରେୟ ମୂର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଚାରପତି ଗଣ, ବିଶ୍ବ ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ଥିଲେ।

