ରାଜ୍ୟ

ଆମ ଆଦମୀ ପାର୍ଟି ପକ୍ଷରୁ ଗୋପ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ।

Spread It

ଆମ ଆଦମୀ ପାର୍ଟି ପକ୍ଷରୁ ଗୋପ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ।

ଗୋପ:-୦୪/୦୭ (ଏପିନ୍ୟୁଜ)  ପୁରୀ ଜିଲ୍ଲା ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତରେ ଥିବା କରମଙ୍ଗା ପାଞ୍ଚଣା ସମବାୟ ସମିତି ରେ ଚାଷୀଙ୍କୁ  ଟୋକନ ମିଳିଥିଲେ ମଧ୍ୟ ଧାନ ଉଠୁନାହିଁ ବୋଲି ଅଭିଯୋଗ ହୋଇଛି। ସୂଚନା ରୁ ପ୍ରକାଶ ଯେ ଉକ୍ତ ସମିତିରେ ରବି ଫସଲ ଧାନ ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ସମ୍ପାଦକ ଟୋକନ ପ୍ରଦାନ କରିଥିଲେ । କିନ୍ତୁ  କେତେକ ପ୍ରକୃତ ଚାଷୀ ଟୋକନ ପାଇ  ଧାନ ମଣ୍ଡିରେ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ଚାଷୀ ତାଙ୍କର କରଜ, ଧାର ଉଦ୍ଧାର କରି ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ଭରଣ କରିବା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀ କହିଛନ୍ତି । ଆମ ଆଦମୀ ପାର୍ଟି କର୍ମୀ ଓ ଚାଷୀ ମାନେ ଆସି ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ଏହି ଅଭିଯୋଗ ପାଇ ବିଡ଼ିଓ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଭିଯୋଗ ସମୟରେ ଆମ ଆଦମୀ ପାର୍ଟି ର ପୁରୀ ଜିଲ୍ଲା ଉପସଭାପତି ରବୀନ୍ଦ୍ରନାଥ ସାହୁ  ,ପୁରୀ ଜିଲ୍ଲା ଆପ କୃଷକ ସଭାପତି ଦେଵ ପ୍ରଧାନ , ନିମାପଡା ଯୁବ କର୍ମୀ ଉମାକାନ୍ତ ସାହୁ , କାକଟପୁର ନିର୍ବାଚନ ମଣ୍ଡଳୀ ର ସଭାପତି ରମାକାନ୍ତ ସ୍ଵାଇଁ ୧୪ ନଂ ଜିଲାପରିଷଦ ଯୋନ ସଭାପତି ରମେଶ ଚନ୍ଦ୍ର ମହାନ୍ତି , ଚାଷୀ ବାମଦେଵ ସାହୁ ,ସଂଗ୍ରାମ କେଶରୀ ସାହୁ ,ପୁରୁଷୋତ୍ତମ ସ୍ଵାଇଁ ,ରାମଚନ୍ଦ୍ର ପାଇଟାଳ ,ସୌମ୍ୟ ରଞ୍ଜନ ପାଇଟଳ ,ଗଦାଧର ପାଇଟଳ ସହିତ ୫୦ ରୁ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *