ଉପମୁଖ୍ୟନ୍ତ୍ରୀ ଓଏସଡ଼ିଙ୍କର ପଠାଇଥିବା ବାର୍ତା ପାଇଁ ତାଗିଦ କଲେ ମୂଖ୍ୟମନ୍ତ୍ରୀ
ଉପମୁଖ୍ୟନ୍ତ୍ରୀ ଓଏସଡ଼ିଙ୍କର ପଠାଇଥିବା ବାର୍ତା ପାଇଁ ତାଗିଦ କଲେ ମୂଖ୍ୟମନ୍ତ୍ରୀ
ଭୂବନେଶ୍ୱର (ଏ.ପି ନ୍ୟୁଜ) ବିଏମସି ଡ଼େପୁଟି କମିଶନରଙ୍କୁ ମାଡ଼ ଘଟଣାରେ ରାଜ୍ୟ ଓଏଏସ ସଂଘ କଲମ ଛାଡ଼ ଆନ୍ଦୋଳନ କରିଥିବା ସମୟରେ ସଂଘର ଜଣେ ସଭ୍ୟ ଏବେ ଉପମୁଖ୍ୟମନ୍ତ୍ରୀଙ୍କ ଓ.ଏସ.ଡ଼ିଭାବେ କାର୍ଯ୍ୟରତ ଅଛନ୍ତି। ସେହି ବାବୁ ଜଣଙ୍କ ତାଙ୍କ ସହକର୍ମୀ ଓଏ.ଏସ ଅଫିସରମାନଙ୍କୁ ହ୍ୱାଟସ ଆପ ବାର୍ତା ପଠାଇ କଲମ ଛାଡ଼ ଆନ୍ଦୋଳନ ସଂଘ ଡ଼ାକରାରେ ଯୋଗ ଦେବାକୁ ପ୍ରର୍ବତାଇଥିଲେ । ସଂଘର ଆନ୍ଦୋଳନ ନିଷ୍ପତିକୁ ନ ମାନି କାର୍ଯ୍ୟକରିବେ ସେମାନେ ହେଲେ ସରକାରଙ୍କ ପାଳିତ କୁକୁରଭାବରେ ଗଣାହେବେ। ସଂଘ ନିଷ୍ପତିକୁ ମାନୁନଥିବା ଓ,ଏ.ଏସ ଅଧିକାରୀମାନେ ସଂଘ ନିକଟରେ କୃତଘ୍ନ ହେବେବୋଲି ବାର୍ତ୍ତାରେ ଲେଖିଥିଲେ। ଓ.ଏସ.ଡ଼ି ପଠାଇଥିବା ବାର୍ତ୍ତାକୁ ପାଇଥିବା ଜୈନିକ ପ୍ରଶାସନିକ ଅଧିକାରୀ ମୋବାଇଲରୁ ସ୍କ୍ରିନ ସଟ୍ କରି ରଖିଥିବା ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଇ ଦେବାପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ ହେବାସହ ଯେଉଁ ଉପମୁଖ୍ୟମନ୍ତ୍ରୀଙ୍କୁ ଡ଼ାକି କଡ଼ା ଭାଷାରେ ତାଗିଦା କରିଥିବା ନିର୍ଭର ଯୋଗ୍ୟ ସୁତ୍ରରୁ ଜଣା ପଡ଼ିଛି। ଏହି ଘଟଣା ପଦରେ ପଡ଼ିବାରୁ ଓଏଏସ ସଂଘ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରକାଶ ଥାଉକି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗୁଣ୍ଡା ସଜାଇବା ପାଇଁ କେଉଁ ନେତା ଓ ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ଏହି ଅଧିକାରୀ ଜଣକ କାମ କରୁଥିଲେ ସରକାର ତଦନ୍ତ କରିବାପାଇଁ ଦାବୀ କରାଯାଇଛି।
