ନିମାପଡ଼ା ଏନ.ଏ.ସିର କାଉନସିଲରଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା
ନିମାପଡ଼ା,(ଏପିନ୍ୟୁଜ) ନିମାପଡ଼ା ଏନ.ଏ.ସିର କାଉନସିଲର ମାନଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି। ତେଣୁ କାଉନସିଲରମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସଭ୍ୟ ଏକ କାଉନସିଲ ମାନଙ୍କ ବୈଠକ ଖୁବଶିଘ୍ର କରି ସଭ୍ୟପଦକୁ ରକ୍ଷା କରିବା ପାଇଁ କାଉନସିଲମାନଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସଭ୍ୟପଦ ରଦ୍ଦ ସଂପର୍କରେ ଅନୁସଂଧାନରୁ ଜଣାଯାଏ ପ୍ରତିମାସ ରେ ଅନ୍ୟୁନ ଥରେ କାଉନସିଲ ବୈଠକ ଅନୁଷ୍ଠିତ ହେବାର ନିୟମ ରହିଛି। କିନ୍ତୁ ଗତ ଜାନୁୟାରୀ ମାସ ୧୭,୨୦୨୫ ରେ କାଉନସିଲର ମାନଙ୍କ ବୈଠକ ଶେଷ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୬ମାସ ହେବ କାଉନସିଲ ବୈଠକ ଅନୁଷ୍ଠିତ ହୋଇନାହିଁ। କିନ୍ତୁ ୨ ଥର ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ କାଉନସିଲ ବୈଠକ ଡ଼ାକିଥିଲେ ମଧ୍ୟ ସଭ୍ୟମାନେ ଯୋଗନଦେବାରୁ କୋରମ ଅଭାବରୁ କାଉନସିଲ ବୈଠକ ଅନୁଷ୍ଠିତ ହୋଇନଥିଲା। ଆଇନ ଅନୁସାରେ ୬ମାସ ଧରି ବୈଠକ ଅନୁଷ୍ଠିତ ନହେବାରୁ କାଉନସିଲରଙ୍କ ସଭ୍ୟପଦ ନିୟମ ଅନୁସାରେ ଆପଣାଛାଏଁ ରଦ୍ଦ ହୋଇଯିବ ବୋଲି ଅଭିଜ୍ଞ କାଉନସିଲରମାନେ ମତ ଦେଇଛନ୍ତି। ଏଭଳି ଅବସ୍ତା କେବେ ନିମାପଡ଼ା ଏନ.ଏ.ସିରେ ହୋଇନଥିଲା ସୁଚନାଯୋଗ୍ୟ ନିମାପଡ଼ା ଏନ.ଏ.ସି ବିଜେଡ଼ି ଦଖଲରେ ଥିଲା। ଗତ ନିର୍ବାଚନ ସମୟରେ ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ବିଜେଡ଼ି ର କାଉନସିଲର ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ। ପରିଷଦ ଅଧ୍ୟକ୍ଷ ସସ୍ମିତା ସାହୁ ଙ୍କ ବିରୋଧରେ ଗତ ବର୍ଷ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ଅନସ୍ଥା ପ୍ରସ୍ତାବରେ ସଖ୍ୟାଗରିଷ୍ଠ ହୋଇଥିବା ବିଜେପି କାଉନସିଲ ଅନାସ୍ଥା ରେ ହାରିଯାଇଥିଲେ । ଆବଶ୍ୟକ ସଂଖ୍ୟା କାଉନସିଲରମାନଙ୍କ ସମର୍ଥନ ନଥାଇ ଅଧ୍ୟକ୍ଷ ଶ୍ରୀମତୀ ସାହୁ କାର୍ଯ୍ୟ ଚଳାଇ ଆସୁଛନ୍ତି। ଅନସ୍ଥା ପ୍ରସ୍ତାବ କାଟଖାଇବା ପରଠାରୁ କାଉନସିଲରମାନଙ୍କ ମଧ୍ୟରେ ଛକାପଞ୍ଚା ଲାଗିରହିଛି। ନିମାପଡ଼ା ଲୋକମାନେ ପରିଷଦ ଉନ୍ନତି ହେବ ଆଶାକରି ନୂଆ ଅଧ୍ୟକ୍ଷା ଏବଂ କାଉନସିଲଙ୍କ ଭୋଟ ଦେଇଥିଲେ। ନିମାପଡ଼ା ଏନ.ଏସିର କାଉସିଲରମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ଉନ୍ନତି କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି। ଜଜନୈକ କାଉନସିଲର କେନାଲ ବନ୍ଧକୁ ଜବର ଦକଲ କରିଥିବାରୁ ସେତେବେଳେ ବିଜେଡ଼ି ଦଳକୁ ଆପଣେଇ ଥିଲେ ଏବେ ବିଜେପି କ୍ଷମତାରେ ତାଙ୍କ ଜାଗା ଓ କୋଠାକୁ ରକ୍ଷା କରିବା ପାଇଁ ସରକାରୀ ଦଳକୁ ସମର୍ଥନ ଜଣାଉଛନ୍ତି।
