ରାଜ୍ୟ

ସୁନାବେଶରେ ଯୋଗଦେଇଥିବା ଶ୍ରଦ୍ଧାଳୁଙ୍କୁ ଫ୍ରୁଟ ସାଲାଡ଼ ଏବଂ ପଣା ବଣ୍ଟନ

Spread It

ସୁନାବେଶରେ ଯୋଗଦେଇଥିବା ଶ୍ରଦ୍ଧାଳୁଙ୍କୁ ଫ୍ରୁଟ ସାଲାଡ଼ ଏବଂ ପଣା ବଣ୍ଟନ

ନିମାପଡ଼ା, ୭/୭(ଏପିନ୍ୟୁଜ) ପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଅବସରରେ ନିମାପଡ଼ାର ଅଗ୍ରଣି ଅନୁଷ୍ଠାନ ସେଲଫ ଏମପାସ୍ବାରମେଣ୍ଟ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଫ୍ରୁଟ ସାଲାଡ଼ ଏବଂ ପଣା ବଣ୍ଟନ କରିଥିଲେ। ସଂଗଠନର ପକ୍ଷରୁ ପୁରୀ ସମ୍ବାଦ ଅଫିସ ସମ୍ମୁଖରେ ଶିବିର ସ୍ଥାପନ କରି ଶ୍ରଦ୍ଧାଳୁମାନଙ୍କୁ ୨୦ କ୍ବିଂଟାଲ ୭ ପ୍ରକାର ଫଳ ସମିଶ୍ରଣରେ ଏକ ଫ୍ରୁଟ ସାଲାଡ଼ ପ୍ରସ୍ତୁତ କରି ଶ୍ରଦ୍ଧାଳ ମାନଙ୍କୁ ବଣ୍ଟନ କରିଥିଲେ। ସେହି ଭଳି ସୁନାବେଶରେ ଯୋଗଦେଇଥିବା ଶ୍ରଦ୍ଧାଳୁମାନଙ୍କ ଶୋଷ ମେଣ୍ଟାଇବାପାଇଁ ମିଶ୍ରି, ନାଣ୍ଡିବଗୁଲି ମଞ୍ଜି, ଯାଇଫଳ ଓ ଲେମ୍ପୁ ମିଶ୍ରିତ ପାଣି ୧୫ ହଜାର ଲୋକଙ୍କୁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେଲଫ ଏମପାୱାରମେଣ୍ଟ ସଙ୍ଘର ସଭାପତି ଦୀପକ ସାହୁ, ସଂପାଦକ ଗୋପୀନାଥ ପାତ୍ର, ବିଶ୍ବଜିତ ବେହେରା, ଆଲୋକସାହୁ, ପ୍ରଶାନ୍ତ ପ୍ରଧାନ, ଇତିଶ୍ରୀ ସାହୁ , ଗୀତାଞ୍ଜଳି ଚାନ୍ଦ, ନିରୁପମା ସାହୁ ଉପଦେଷ୍ଟା ପ୍ରାକ୍ତର ସହକାରୀ ଶିକ୍ଷା ଅଧିକାରୀ ସୌଦାମିନୀ ଦାଶ ପ୍ରମୁଖ ସମେତ ଶତାଦିକ ସଭ୍ୟ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଫଳସାଲଡ଼ ଏବଂ ପଣା ବଂଟନ କରି ଶିବିରକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *