ମାଗଣା ସ୍ୱାସ୍ଥ୍ୟ ଶିବିର
ମାଗଣା ସ୍ୱାସ୍ଥ୍ୟ ଶିବିର ।
ଚାରିଛକ,ଏପିନ୍ୟୁଜ(ସନ୍ତୋଷ ଦାଶ)ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ପଞ୍ଚାୟତ ସଭାଗୃହ ରେ ଆୟୋଜନ କରାଯାଇଥିଲା ।ପଞ୍ଚାୟତ ର ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ଫିତା କାଟି ଆନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ଲୋକମାନେ ମଧୁମେହ ରୋଗ ସହିତ ଅର୍ଥପେଡିକ ରେ ଆକ୍ରାନ୍ତ ହେଉଥିବାରୁ ଉକ୍ତ ପଞ୍ଚାୟତ ର ଲୋକ ମାନଙ୍କୁ ପରୀକ୍ଷା କରି ଔଷଧ ପ୍ରଦାନ କରିବାକୁ ଏହି ଶିବିର ର ଆୟୋଜନ କରାଯାଇ ଥିଲା ବୋଲି ସରପଞ୍ଚ ଶ୍ରୀମତୀ ଭୋଇ କରିବାର ପ୍ରକାଶ କରିଥିଲେ। ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମର ଗରିବ ଲୋକ ମାନେ ଅର୍ଥ ଅଭାବ ଯୋଗୁଁ ଏହି ସବୁ ରୋଗ ବିଷୟରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ହେବା ସମ୍ଭବ ନୁହେଁ। ଏଣୁ ଉକ୍ତ ପଞ୍ଚାୟତ ରେ ମାଗଣା ସ୍ୱାସ୍ଥ୍ୟ ଏହି ଶିବିର ଅନୁଷ୍ଠିତ ହୋଇଥିବାରୁ ଲୋକ ମାନେ ଉପକୃତ ହୋଇ ପାରିଥିଲେ। ଏହି ଚିକିତ୍ସା ଶିବିର ରେ ଆସ୍ଥା ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ, ମେଡ଼ିସିନ ବିଭାଗ ଡାକ୍ତର ଡକ୍ଟର ଅଭିନାଶ ମହାପାତ୍ର , ଅର୍ଥପେଡିକ ଡ଼ାକ୍ତର ପ୍ରଦୀପ ମହାରଣା ,ଉକ୍ତ ହସ୍ପିଟାଲର କୋଡ଼ିନେଟର ରାଜଶ୍ରୀ କର ଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ରକ୍ତ ନମୁନା ସଂଗ୍ରହ କରି ଅର୍ଥପେଡ଼ିକ ରେ ଏକ୍ସରେ କରିଥିଲେ । ଉକ୍ତ ଶିବିରରେ ପଞ୍ଚାୟତରୁ ଶତାଧିକ ପୁରୁଷ ମହିଳା ରୋଗୀ ଆସି ମାଗଣା ସେବାର ଫାଇଦା ନେଇଥିଲେ । ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ ପଞ୍ଚାୟତ ର ସମିତି ସଭ୍ୟା ଝରଣା ସାହୁ , ନାଏବ ସରପଞ୍ଚ ରମାକାନ୍ତ ମଲ୍ଲିକ , ସମାଜସେବୀ ଅରକ୍ଷିତ ଭୋଇ ,ପ୍ରକାଶ ପ୍ରକାଶ ସାହୁ , ସମୀର ସାହୁ ,କେଦାରନାଥ ବାରିକ , ଆଦିତ୍ୟ ଶଙ୍କର କର ପ୍ରମୁଖ ଯୋଗ ଦେଇଥିଲେ ।
