ପାଲିଙ୍କି ରେ ସ୍ୱ ମନ୍ଦିର ଫେରିଲେ ଶ୍ରୀ ଗୁରୁଦେବ
ପାଲିଙ୍କି ରେ ସ୍ୱ ମନ୍ଦିର ଫେରିଲେ ଶ୍ରୀ ଗୁରୁଦେବ।
ଚାରିଛକ,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନ ରେ ନବ ଦିନ ଯାତ୍ରା ଶେଷ କରି ପ୍ରଭୂ ଶ୍ରୀ ଗୁରୁଦେବ ଆଜି ପାଲିଙ୍କି ରେ ପ୍ରାଚୀ ଉପତ୍ୟକା ର ବନ୍ଦେଶ୍ୱର ଗ୍ରାମ ସ୍ଥିତ ସ୍ଵ ମନ୍ଦିର କୁ ଫେରିଛନ୍ତି। ପ୍ରାତଃ ରୁ ରଥ ଉପରେ ଠାକୁର ଙ୍କ ସ୍ନାନ, ମାର୍ଜଣା, ବାଳ ଭୋଗ ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଣି ଲାଗି କରିବା ପରେ ଗ୍ରାମବାସୀ ମାନେ ଠାକୁର ଙ୍କୁ
ରଥ ଉପରୁ ତଳକୁ ଓହ୍ଲେଇ ସୁ ସଜ୍ଜିତ ପାଲିଙ୍କି ରେ ବସାଇ ଏକ ଶୋଭାଯାତ୍ରା ରେ ବନ୍ଦେଶ୍ୱର ଗାଁ କୁ ନେଇ ଠାକୁର ଙ୍କ ସ୍ୱ ମନ୍ଦିର ରେ ପ୍ରବେଶ କରାଇଥିଲେ। ଠାକୁର ଙ୍କ ନିକଟରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଅନ୍ନ ଓ କ୍ଷୀରି ପ୍ରସାଦ ଭୋଗ ଲାଗି କରାଯାଇଥିଲା। କ୍ଷମାନିଧି ତ୍ରିପାଠୀ, ଅବନିନ୍ଦ୍ର ତ୍ରିପାଠୀ, ବିଶ୍ଵ ଜିତ ତ୍ରିପାଠୀ, ରମାକାନ୍ତ ତ୍ରିପାଠୀ, ବନ ବିହାରୀ ଦାଶ,ନିରଞ୍ଜନ ତ୍ରିପାଠୀ, ରଜତ ତ୍ରିପାଠୀ,ବିଶ୍ଵଜିତ ତ୍ରିପାଠୀ, ନବଘନ ସାହୁ, ରମାକାନ୍ତ ସାହୁ, ସହଦେବ ମିଶ୍ର ପ୍ରମୁଖ ଗ୍ରାମବାସୀ ମାନେ ଶୋଭାଯାତ୍ରା ରେ ଯାଇ ଠାକୁର ଙ୍କ ପ୍ରସାଦ ଖାଇ ,ଗୀତ ଗୋବିନ୍ଦ ଗାନ କରି ଠାକୁର ଙ୍କ ଠାରୁ ବିଦାୟ ନେଇ ନିଜ ଗ୍ରାମକୁ ଫେରି ଥିଲେ।କାଳନ୍ଦୀ ବେହେରା, ହରେ କୃଷ୍ଣ ବେହେରା, ରାକେଶ ବେହେରା ପ୍ରମୁଖ ବେହେରା ସେବକ ମାନେ ଠାକୁର ଙ୍କୁ ପାଲିଙ୍କି ରେ ତୁଳସୀପୁର ଗ୍ରାମ ଠାରୁ ବନ୍ଦେଶ୍ୱର ଗ୍ରାମ କୁ ନେଇଥିଲେ। ଠାକୁର ଙ୍କ ସ୍ୱ ମନ୍ଦିର ଠାରେ ପୂଜକ ଭାବେ କୈଳାସ ଚନ୍ଦ୍ର ପାଣି ଠାକୁର ଙ୍କ ପୂଜା ନୀତି କରି ଥିଲେ। ଶେଷ ହୋଇଥିଲା ଶ୍ରୀ ଗୁରୁଦେବ ଠାକୁର ଙ୍କ ଅନନ୍ୟ ନିଆରା ରଥଯାତ୍ରା।
