ରାଜ୍ୟ

ସମ୍ବାଦରେ ଖବର ପ୍ରସାର ପରେ କାଉନସିଲରମାନେ ଏକାଠିହୋଇ ବୈଠକ କରିବାକୁ ନିଷ୍ପତି

Spread It

ସମ୍ବାଦରେ ଖବର ପ୍ରସାର ପରେ କାଉନସିଲରମାନେ ଏକାଠିହୋଇ ବୈଠକ କରିବାକୁ ନିଷ୍ପତି

ନିମାପଡ଼ା, ୧୦/୭(ଏପିନ୍ୟୁଜ) ବହୁ ଦିନର ପ୍ରତିକ୍ଷା ପରେ କାଉନସିଲର ଭେଦାଭାବ ଭୁଲି ନିଜ ପଦ ସଂରକ୍ଷିତ ରଖିବା ପାଇଁ କାଉନସିଲ ବୈଠକ କରିବାକୁ ରାଜି ହୋଇଛନ୍ତି। ୧୧ ତାରିଖରେ କାଉନସିଲ ବୈଠକ ଅନୁଷ୍ଠିତ ହେବ। ଗତ ଛ’ମାସଧରି ନିମାପଡ଼ା ଏନ.ଏ.ସିର କାଉନସିଲ ଅନୁଷ୍ଠିତ ହୋଇ ପାରୁନଥିଲା। ପ୍ରତିମାସରେ ଗୋଟିଏ ବୈଠକ ଅନୁଷ୍ଠିତ ହେବାର ବିଧିବ୍ୟବସ୍ଥା  ରହିଛି। ଦୀର୍ଘ ୬ମାସଧରି ବୈଠକ ହୋଇନଥିବା କାରଣରୁ ୧୧ଜଣ କାଉନସିଲରଙ୍କ ପଦ ଚାଲିଯିବାର ଆଶଙ୍କା ରହିଥିବା ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ଦଳମତ ନିର୍ବିଶେଷରେ କାଉନସିଲମାନେ ଏକାଠି ହୋଇ ପଦ ମର୍ଯ୍ୟାଦା ସଂରକ୍ଷିତ ରଖିବା ପାଇଁ ବୈଠକ କରିବାକୁ ନିଷ୍ପତି ନେଇଛନ୍ତି। ୧୧ ତାରିଖରେ ଏନ.ଏ.ସି କାଉନସିଲର ମାନଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ଜାରି ହେବାସହ କାଉନସିଲରମାନଙ୍କୁ ଚିଠି କରାଯାଇଥିବା ସୁଚନା ମିଳିଛି। ସୁଚନା ଯୋଗ୍ୟ ଦୁଇରାଜ ନୈତିକ ପ୍ରତିଦ୍ବନ୍ଦି ଦଳ ବିଜେପି ଓ ବିଜେଡ଼ି ମଧ୍ୟରେ ଛକା ପଞ୍ଝା ଲାଗିରହିଥବାରୁ ଗତ ୬ମାସ ଧରି ବୈଠକ ଅନୁଷ୍ଠିତ ହୋଇପାରୁନଥିଲା। ସଠକ୍ରାରେ ଅଧିକା ଥିବା ବିଜେପି କାଉନସିଲର ଅଧ୍ୟକ୍ଷାଙ୍କ ବିରୋଦରେ ଅନାସ୍ଥାଆଣି ଅସଫଳ ହେବା ଦିନଠାରୁ ଏନ.ଏ.ସିରେ ଅଚଳାବସ୍ଥା ଲାଗିରହିଥିଲା। ଅଧ୍ୟକ୍ଷ ସସ୍ମିତା ସାହୁ ବୈଠକ କରିବାକୁ ନୋଟିସ ଜାରି କରୁଥିଲେ ମଧ୍ୟ ଅଧିକାଶଂ କାଉନସିଲର ବୈଠକରେ ଅନୁପସ୍ଥିତ ରହିବାରୁ କୋରମ ଅଭାବରୁ ବୈଠକ ଅନୁଷ୍ଠିତ ହୋଇପାରୁନଥିଲା। ଏନ.ଏ.ସି ର ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଉଛି। ନିର୍ବାହୀ ଅଧିକାରୀ ମନଇଛା କାମ ଉନ୍ନୟନ କାର୍ଯ୍ୟନାମରେ ଠିକା ଦେବା ଆରମ୍ଭ କରିଥିଲେ।

 

Leave a Reply

Your email address will not be published. Required fields are marked *