ରାଜ୍ୟ

ରାଜନୈତିକ ଦଳର ମୁଖ୍ୟ ଅସ୍ତ୍ର ପାଲଟିଛି ସୋସିଆଲ୍ ମିଡିଆ

Spread It

ରାଜନୈତିକ ଦଳର ମୁଖ୍ୟ ଅସ୍ତ୍ର ପାଲଟିଛି ସୋସିଆଲ୍ ମିଡିଆ

ନିମାପଡ଼ା(ଏ.ପି.ନ୍ୟୁଜ) ବିଜେପିର ନୂଆସରକାର ଗଠନ ହେବାର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ବିଜେଡ଼ି ଏବଂ ଜାତୀୟ କଂଗ୍ରେସ ଦଳ ବିରୋଧୀ ଦଳର ଭୂମିକା ତୁଲାଇ ପାରୁନାହାଁନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। ଆସନ୍ତା ୧୧ତାରିଖରେ ରାଜ୍ୟ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗ୍ରସ୍ତରେ ସମ୍ବିଧାନ ସୁରକ୍ଷା ରାଲିରେ ଯୋଗ ଦେବାପାଇଁ ଭୁବନେଶ୍ୱର ଆସୁଥିବା ଜଣାଯାଏ। ତେଣୁ କଂଗ୍ରେସର କେନ୍ଦ୍ରିୟ ନେତୃତ୍ୱ ଓଡ଼ିଶାକୁ ଗୁରୁତ୍ୱ ଦେଇଥିବା ଆଲୋଚନା ଆରମ୍ଭ ହୋଇଛି। ଆଗାମୀ ଦିନରେ କଂଗ୍ରେସ ଓ ବିଜେପି ଆମନା ସାମାନା ହେବାକୁ ଯାଉଛନ୍ତି। ରାଜ୍ୟରେ କଂଗ୍ରେସ ଦଳ ବର୍ତମାନ ସମୟରେ ବଳ ଗୋଟାଉଛି। ତୃଣମୂଳ ସ୍ତରରେ କଂଗ୍ରେସ ଭୋଟରମାନଙ୍କ ପ୍ରତି ଆକୃଷ୍ଟ ହୋଇଛି। ଅତିତରେ ଓଡ଼ିଶାର କଂଗ୍ରେସ ଦଳକୁ ଗୁରୁତ୍ୱ ଦିଆଯାଇନାହିଁ। ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ଯଦି କଂଗ୍ରେସ ନେତୃତ୍ୱ ଦେଇଥାନ୍ତା କଂଗ୍ରେସରର ରାଜ୍ୟରେ ଏହି ଅବସ୍ଥା ଭୋଗିବାକୁ ପଡ଼ିନଥାନ୍ତା। ରାହୁଲ ଗାନ୍ଧୀ ଓଡ଼ିଶା ଗ୍ରସ୍ଥ ପରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କୁ ଏକ ବଳ ମିଳିବ। କଂଗ୍ରେସ ଦଳକୁ ବର୍ତମାନ ସମୟରେ ରାସ୍ତାକୁ ଓହ୍ଲାଇ ଲୋକଙ୍କ ପାଇଁ ଲଢାଇ କରିବାକୁ ପଡ଼ିବ। କାରଣ ରାଜ୍ୟ କଂଗ୍ରେସରେ ଏକ ପରିବର୍ତନ ଦେଖିବାକୁ ମିଳିଛି। ମୁଖ୍ୟସ୍ତୋତରେ ଯୁବକମାନଙ୍କୁ ପଦପଦବୀରେ ରଖାଯାଉଛି। ଏହି ନୂଆମୁହଁମାନେ ଅଜଣା ହୋଇଥିଲେ ମଧ୍ୟ କଂଗ୍ରେସ ଦଳରେ ପଡ଼ିରହି କାର୍ଯ୍ୟ କରୁଥିଲେ। ଏବେ ଦଳ ସେମାନଙ୍କୁ ସୁଯୋଗଦେଇ କର୍ମୀମାନଙ୍କ ଆସ୍ଥା ଭାଜନ ହୋଇଛି। ଗୋଟିଏ କଥା ଦେଖିବାକୁ ପଡ଼ୁଛି ବିଜେପି ସକାରତ୍ମକ ରାଜନୀତି କରି କ୍ଷମତାକୁ ଆସିନାହିଁ ବିଜେଡ଼ି ଭୁଲ ଆକଳନ କାରଣରୁ ବିଜେପି ଶାସନ କ୍ଷମତାକୁ ଆସିଛି। ବିଜେଡ଼ି ରାଜ୍ୟରେ ବର୍ତମାନ ସକରାତ୍ମକ ଭାବେ ରହିଛି। ରାଜ୍ୟର ମୁଖ୍ୟ ପ୍ରସଙ୍ଗ କୁ ଜନସାଧାରଣଙ୍କ ନିକଟକୁ ନେଇ ପାରୁନାହାଁନ୍ତି। କିନ୍ତୁ ବିଜେପି ସରକାର ଗୋପାଳପୁର ଘଟଣା ବିଏମସି ଏବଂ ରଥଯାତ୍ରା ସମୟରେ ୩ଜଣଙ୍କ ଦଳାଚକଟାରେ ମୃତ୍ୟୁ ଘଟଣାରେ ଉଚିତ ପଦକ୍ଷେପ ନେଇଛି। ରାଜନୈତିକ ପରାମର୍ଶ ଦାତାଙ୍କ ବିରୁଦ୍ଧରେ ସରକାରକୁ ଆସିଲେ ବିଜେପି କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିର୍ବାଚନ ପ୍ରଚାରବେଳେ କୁହାଗଲା। ସରକାରକୁ ଆସିବା ପାଇଁ ବିଜେପି ଯେଉଁ ଭାଷଣ ଦେଉଥିଲା ସେହି କଥାକୁ ଧରିବା କଥା ନୁହେଁ। ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଦୁର୍ନିତିର ପ୍ରମାଣ ଦରକାର ପଡ଼ିଥାଏ। ଗଣ ମାଧ୍ୟମରେ ପାଣ୍ଡିଆନଙ୍କ ଦୁର୍ନିତି ବିରୁଦ୍ଧରେ ଅନୁସନ୍ଧାନ ମୂଳକ ରିର୍ପୋଟ ପ୍ରକାଶ ପାଇଛି କି। ବିଜେଡ଼ି ଦଳର ୨୪ ବର୍ଷର ଶାସନ କରିଛି । ବିଜେଡ଼ିର ନେତାମାନେ ବିରୋଧୀ ଦଳର ଆନ୍ଦୋଳନର କାର୍ଯ୍ୟ କରିନାହାଁନ୍ତି। ବିଜେଡ଼ି ଦଳର ନେତାମାନେ ସରକାରରେ ଅଛନ୍ତି ବୋଲି ଭାବୁଛନ୍ତି। ବିଭିନ୍ନ ଘଟଣା କ୍ରମରେ ଜଣାଯାଏ ବିଜେପିର ନେତା ଓ କର୍ମୀ ବିରୋଧୀଦଳର ଥିବାଭଳି କାର୍ଯ୍ୟ କରୁଛନ୍ତି। ବିଜେଡ଼ି ଓ କଂଗ୍ରେସ ଦଳ ପ୍ରସଙ୍ଗ ତିଆରି କରିପାରୁ ନାହାଁନ୍ତି। ରାହୁଲ ଗାନ୍ଧୀ ଏବେ ଲୋକଙ୍କ ସହିତ ସାଙ୍ଘାତିକଭାବେ ଯୋଡ଼ି ହେଉଛନ୍ତି। ସଭାପତି ଭକ୍ତ ଦାସ ଯେଉଁ ଦିନ ଲୋକଙ୍କ ସହ ଯୋଡ଼ିହେବେ ସେଦିନ କଂଗ୍ରେସ ବିରୋଧୀ ଦଳଥିବା ଭଳିଲାଗିବ। ବିଜେଡ଼ି ରାଜ୍ୟରେ ଦିଗହରା ହୋଇଛି। ଲୋକଙ୍କ ପାଖକୁ ଯିବ ବୋଲି କହୁଥିଲେ ମଧ୍ୟ ତାହା କରୁନାହିଁ କଂଗ୍ରେସର କେନ୍ଦ୍ରିୟ ନେତୃତ୍ୱ ଓଡ଼ିଶାକୁ ଫୋକସ କରୁଛି। ଭାରତର ଲୋକମାନେ ସମାଜିକ ଗଣମାଧ୍ୟମ ବେଶି ଦେଖୁଛନ୍ତି । ସାମାଜିକ ଗଣମାଧ୍ୟମ ଏବେ ରାଜନୈତିକ ଅସ୍ତ୍ର ପାଲଟିଛି। ଲୋକମାନେ ଆଉ ଖବର ଦେଖୁ ନାହାନ୍ତି। ରାଜନୀତିରେ ଏବେ ସାମାଜିକ ଗଣମାଧ୍ୟମ ନିର୍ଣ୍ଣାୟକ ରାଜନୀତିକୁ ନିର୍ଦ୍ଧାରଣ କରୁଛି। ଗୋଟିଏ ଗୋଟିଏ କବର ସାମାଜିକ ଗଣମାଧ୍ୟମରେ ଏକାଧିକବାର ଆସୁଛି। ବାରମ୍ବାର ଆସିବା ପରେ ଖୋଲି ପଢାଯାଉଛି। ଏହାପାଇଁ ଗୋଟିଏ ସଂସ୍ଥା ଦର୍ଶକ ଦେଖିବା ପାଇଁ ଫିଡ଼ କରୁଛି। ସୋସିଆଲ ମିଡ଼ିଆ ବେଡ଼ରୁମରେ ପଶି ଭୋଟରଙ୍କ ମନ ପରିବର୍ତ୍ତନ କରୁଥିବା ବିଶ୍ଲେଷଣରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *