ରାଜ୍ୟ

ହଜିଗଲେଣି ଲାଲ ଟୁକୁ ଟୁକୁ ସାଧବ ବୋହୂ

Spread It

ହଜିଗଲେଣି ଲାଲ ଟୁକୁ ଟୁକୁ ସାଧବ ବୋହୂ

ଚାରିଛକ,(ଏପିନ୍ୟୁଜ) ମୌସୁମୀ ଆସିଲେ ବର୍ଷା ର ପରଶ ପାଇ ଧରିତ୍ରୀ ମା ସବୁଜ ରଙ୍ଗ ର ଶାଢ଼ୀ ପିନ୍ଧେ। ବର୍ଷା ଋତୁ ର ଆଗମନ ରେ ସବୁଜ ପଡ଼ିଆ ରେ ଅନେକ ସ୍ଥାନ ରେ ଦେଖାଯାଆନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୂ। ପ୍ରକୃତି ର ଅନନ୍ୟ ଆକର୍ଷଣ ଲାଲ ଟୁକ ଟୁକ ସାଧବ ବୋହୂ କୁ ଦେଖି ପିଲା ଠାରୁ ବୁଢ଼ା ସମସ୍ତେ ଖୁସି ହୁଅନ୍ତି। ଏହି କୁନି କୀଟ ର ରଙ୍ଗ ଲାଲ ମଖ ମଲ ମଲ ହୋଇଥିବା ବେଳେ ଏହାର ଧିର ଚାଲି ରୁ ତାକୁ ଲୋକେ କହିଥାନ୍ତି ସାଧବ ବୋହୂ। ନିରୀହ ସାଧାରଣ କୀଟ ଟି କାହାରି କିଛି ଅନିଷ୍ଠ କରି ନଥାଏ । ତେଣୁ ତାର ସ୍ୟୌନ୍ଦଯ୍ୟ ସମସ୍ତ ଙ୍କୁ ଆକର୍ଷଣ କରିଥାଏ। ସାଧବ ବୋହୂ ସାଧାରଣତଃ ସବୁଜ ଘାସ ପଡ଼ିଆରେ ଦେଖାଯାଆନ୍ତି। ଏହା ବର୍ଷା ଋତୁ ରେ ପ୍ରକୃତି ପକ୍ଷରୁ ସୃଷ୍ଟି ଏକ ଅନନ୍ୟ ଆକର୍ଷଣ। ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଏମାନେ ଦଳ ଦଳ ହୋଇ ଗାଆଁ ଗଣ୍ଡା ର ପଡ଼ିଆରେ ଦେଖାଯାଆନ୍ତି। ଏବେ ବଦଳି ଯାଇଛି ପରିବେଶ । ବାୟୁମଣ୍ଡଳ ପ୍ରଦ୍ୟୁଷଣ କାରଣ ରୁ ମାଟି, ପାଣି,ପବନ ସବୁ ବିଷାକ୍ତ ହୋଇଯାଇଛି। ଅତ୍ୟଧିକ ରାସାୟନିକ ସାର, ତୀବ୍ର ଗନ୍ଧ ଯୁକ୍ତ କୀଟନାଶକ, ବଜ୍ୟବସ୍ତୁ, ପ୍ଲାଷ୍ଟିକ ପ୍ରଭୃତି ବ୍ୟବହାର କାରଣରୁ ମାଟି ତାର ପ୍ରାକୃତିକ ଉର୍ବରତା ହରାଇ ବସୁଛି। ରାସାୟନିକ ସାର ବ୍ୟବହାର ନ କଲେ ଆଉ ଫସଲ, ପନିପରିବା ଯଥେଷ୍ଟ ପରିମାଣ ରେ ଫଳୁନାହିଁ। ଏଣୁ ମାଟି ର ପ୍ରାକୃତିକ ଗୁଣ ଲୋପ ପାଉଛି। ମାଟି ସବୁ ବିଷାକ୍ତ ଆଉ ଅତ୍ୟଧିକ ଲବଣାକ୍ତ ହୋଇପଡୁ ଥିବାରୁ ଆଗଭଳି ଲାଲ ଟୁକୁ ଟୁକୁ ସାଧବ ବୋହୂ ମାନଙ୍କୁ ଦେଖିବାକୁ ମିଳୁନାହିଁ । ଜୈବିକ ପଦ୍ଧତିରେ ଚାଷ କରାନଗଲେ ଲାଲ ଟୁକୁ ଟୁକୁ ସାଧବ ବୋହୂ ପରି ଅନେକ କୀଟ,ପତଙ୍ଗ, ଛୋଟ ଜୀବ ଏହି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ବୋଲି ପରିବେଶବିତ ମାନେ ଚେତାବନୀ ଦେବା ସହିତ ସରକାର ଙ୍କ ତରଫରୁ ଚାଷୀ ମାନଙ୍କୁ ରିହାତି ଦରରେ ଶୁଦ୍ଧ ବିହନ,ଓ ଜୈବିକ ସାର ଯୋଗାଇ ଦେଲେ ଚାଷୀ ମାନେ କୀଟନାଶକ ଏବଂ ହାଇବ୍ରିଡ ବିହନ ବ୍ୟବହାର କରନ୍ତେ ନାହିଁ। ମାଟି ର ଊର୍ବରତା ବଜାୟ ରୁହନ୍ତା । ବେଳ ହୁଁ ସଚେତନ ନହେଲେ ବର୍ଷା ଋତୁ ର ଏହି ସୁନ୍ଦର କୀଟ ସାଧବ ବୋହୂ ପରି ଅନେକ ଉପକାରୀ ଜୀବ ଆସ୍ତେ ଆସ୍ତେ ଏହି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ଏଥିରେ ସନ୍ଦେହ ନାହିଁ। ଆସନ୍ତୁ ସମସ୍ତେ ସଚେତନ ହେବା। ଚାଷ କାର୍ଯ୍ୟ ରେ ଜୈବିକ ସାର, ଔଷଧ ବ୍ୟବହାର କରିବାକୁ ସମସ୍ତ ଚାଷୀ ଭାଇ ମାନଙ୍କୁ ସଚେତନ କରାଇବା।

 

Leave a Reply

Your email address will not be published. Required fields are marked *