ସାମ୍ବାଦିକ ଙ୍କ ଅଗଣା ରେ ଫୁଟିଲା ବିରଳ ବ୍ରହ୍ମ କମଳ ଫୁଲ
ସାମ୍ବାଦିକ ଙ୍କ ଅଗଣା ରେ ଫୁଟିଲା ବିରଳ ବ୍ରହ୍ମ କମଳ ଫୁଲ
ନିମାପଡ଼ା,(ଏପିନ୍ୟୁଜ)ନିକଟସ୍ଥ ତୁଳସୀପୁର ବ୍ରାହ୍ମଣ ଶାସନ ର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦାଶ ଙ୍କ ଅଗଣା ରେ ଗତ କାଲି ରାତି ରେ ୪ ଟି ବିରଳ ବ୍ରହ୍ମ କମଳ ଫୁଲ ଫୁଟିଥିଲା। ତାକୁ ତାଙ୍କ ପରିବାର ଲୋକ ମାନେ ତୋଳି ଗ୍ରାମ ରେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଙ୍କ ନିକଟରେ ଲାଗି କରିଥିଲେ। ସେହିପରି ତୁଳସୀପୁର ମହାଜନ ସାହି ର ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଅଗଣା ରେ ୨ ଟି ବ୍ରହ୍ମ କମଳ ଫୁଲ ଫୁଟିଥିଲା। ତାକୁ ତାଙ୍କ ପରିବାର ପକ୍ଷରୁ ଗାଁ ରେ ପୂଜା ପାଉଥିବା ବାବା ବାସୁଦେବ ଓ ରାଧା କୃଷ୍ଣ ଙ୍କୁ ଲାଗି କରିଥିଲେ। ଏହି ଫୁଲ ବର୍ଷକୁ ମାତ୍ର ଥରେ ଫୁଟେ। ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ସେତିକି ମଧୁର। ଏହା ଅଗଣା ରେ ଫୁଟିଲେ ଘର ର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
