‘ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି’
‘ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି’
ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ବାବଦ ଏକ ବିଶାଳ ବିଶାଳ ଜନ ସମାବେଶ ବରମୁଣ୍ଡା ଠାରେ ଆୟୋଜିତ ହୋଇଥିଲା। ଏହି ସମାବେଶରେ ରାଜ୍ୟର ସମସ୍ତ ଅଞ୍ଚଳରୁ କଂଗ୍ରେସର ସମର୍ଥନରେ ପାଖାପାଖି ଦେଢ ଲକ୍ଷ ସାଧାରଣ ଜନତା ଏବଂ କଂଗ୍ରେସ କର୍ମୀ ଏବଂ ନେତୃବୃନ୍ଦ ଯୋଗଦାନ କରିଥିଲେ। ରାଜ୍ୟ କଂଗ୍ରେସ ସଭାପତି ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା। ରାଜ୍ୟ କଂଗ୍ରେସ ପ୍ରଭାରୀ ଶ୍ରୀଯୁକ୍ତ ଅଜୟ ଲଲ୍ଲୁ ସ୍ବାଗତ ଭାଷଣ ଦେଇଥିଲେ ଓ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ସମାବେଶକୁ ଦେଶର ଜନପ୍ରିୟ ନେତା ତଥା ଲୋକସଭାର ବିରୋଧୀଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧିଜୀ ଉଦବୋଧନ ଦେଇ କହିଥିଲେ ଓଡିଶା ସରକାର ସାଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ କରୁଛି। ପୂର୍ବରୁ ବିଜେଡି ଲୁଟ କରୁଥିଲା ଯାହା ଏବେ ବିଜେପି କରୁଛି। କର୍ପୋରେଟ ସହ ହାତ ମିଳାଇ ଲୁଟୁଛନ୍ତି। ବିଜେପି ସମଗ୍ର ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ରାଜ୍ୟରେ ଜଳ, ଜଙ୍ଗଲ ଓ ଜମି ଆଦିବାସୀ ଙ୍କର ଥିଲା ଓ ରହିବ ମଧ୍ଯ। ଏଠି ବିନା ଖବରରେ ଆଦିବାସୀଙ୍କୁ ହଟାଉଛନ୍ତି ଓ ତାଙ୍କୁ ସର୍ବସାନ୍ତ କରୁଛନ୍ତି। ବିକାଶ କେବଳ ଦୁଇ ତିନି ଜଣ ବ୍ୟକ୍ତିଙ୍କ ପାଇଁ ହେବା ଅନୁଚିତ। ଚାଷୀ, ଶ୍ରମିକ ସମେତ ସମସ୍ତ ଗରିବଙ୍କ ବିକାଶ ଦରକାର। ଯାହା କେବଳମାତ୍ର କଂଗ୍ରେସ ଦଳ କ୍ଷମତାକୁ ଆସିଲେହିଁ କରି ପାରିବ। ପୁରା ଦେଶରେ ନୂଆ କୃଷି ବୀମା ଲାଗୁ କରିବା କଥା କହିଲେ, ହେଲେ ସେ ପଇସା ନିଜର ଚାରିଟି ବଡ଼ କମ୍ପାନୀକୁ ଦେଇଦେଲେ। ଏବେ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ହେଲେ ଆବଶ୍ୟକ କ୍ଷତିପୂରଣ ମିଳୁନି। ବୀମା ଯୋଜନା ପଇସା ମିଳୁନି, କର୍ପୋରେଟ ହାତରେ ଟେକି ଦିଆଯାଉଛି। ଦେଶର ସମ୍ବିଧାନ ଗରିବଙ୍କର ରକ୍ଷା କରେ। ହେଲେ ବିଜେପି ଅମ୍ବାନୀ, ଅଦାନୀଙ୍କୁ ରକ୍ଷା କରୁଛି। ଓଡିଶା ହେଉ କି ଛତିଶଗଡ଼, ସବୁ ରାଜ୍ଯରେ କେବଳ ଅଦାନୀ, ଅଦାନୀ ଜପୁଛନ୍ତି। ବିଜେପି ଜପୁଛି ଅଦାନୀ, ଅଦାନୀ, ଆଦାନୀ। ରାଜ୍ୟର କୋଟି, କୋଟି ଲୋକଙ୍କ ଭାବନାରେ ଜଡିତ ପବିତ୍ର ରଥଯାତ୍ରା। ହେଲେ ଏହି ରଥଯାତ୍ରାର କେବଳ ଅଦାନୀ ପରିବାର ପାଇଁ ସାମୟିକ ରୋକି ଦିଆଗଲା। ରୋଜଗାର ନଷ୍ଟ କରା ଯାଉଛି। ଓଡ଼ିଶାରେ ଚାଳିଶ ହଜାରରୁ ଅଧିକ ମହିଳା ଗାଏବ। ଏଠି ପ୍ରତିଦିନ ହାରାହାରି ପନ୍ଦରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଜାତି ଜନଗଣନା ସପକ୍ଷରେ କଂଗ୍ରେସ। ତେଲେଙ୍ଗାନାରେ ଆମ ସରକାରଙ୍କର ଉଦ୍ୟମରେ ଏହା କରାଯାଇଛି। ଫଳରେ ତେଲେଙ୍ଗାନା ସରକାର ଜାଣି ପାରୁଛି କେତେ ଧନ କାହା ପାଖରେ ଅଛି। ଓଡିଶାରେ ମଧ୍ୟ ଠିକ ଏମିତିହିଁ ଦରକାର। ଏଠି ସରକାର ରେ ଦଳିତଙ୍କୁ ସ୍ଥାନ ମିଳୁନି। ବିଜେପି ଜାତିଗତ ଜନଗଣନାକୁ ଖୁବ୍ ବିରୋଧ କରିଥିଲା। କଂଗ୍ରେସ ପେସା ଆଇନ ପାଇଁ ଲଢେଇ କରିବ ଓ ନିଶ୍ଚିନ୍ତ ପେସା ଆଇନକୁ କାଯ୍ୟକାରୀ କରିବ। ଓଡିଶା ଜନତା କାହାକୁ ନ ଡରି ଆଗକୁ ଚାଲନ୍ତୁ ଆମେ ଦଳ କଂଗ୍ରେସ ଦଳ ତାଙ୍କ ସହ ରହିଛି ବୋଲି କହିଲେ। ଡ୍ରାଇଭର ଆସୋସିଏସନକୁ ଡରେଇବାକୁ ସମ୍ପୂର୍ଣ ଚେଷ୍ଟା କରିଥିଲେ। ରାଜ୍ୟ ବିଜେପି ସରକାର କିନ୍ତୁ ଆସୋସେନ ତାଙ୍କ କଥା ନ ଶୁଣି ଆମକୁ ସହଯୋଗ ଦେଇଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ। ଡ୍ରାଇଭର ୟୁନିୟନ କୁ ଧନ୍ୟବାଦ ଜଣାଇଲେ। ଯାଅ, ଲଢେଇ କର କହିଲେ।
