ରାଜ୍ୟ

ବିଭିନ୍ନ ଶୈବ ପୀଠ ରେ ପାଣି ଲାଗି ପାଇଁ କାଉଡ଼ିଆ ଭକ୍ତ ଙ୍କ ଭିଡ଼

Spread It
ବିଭିନ୍ନ ଶୈବ ପୀଠ ରେ ପାଣି ଲାଗି ପାଇଁ କାଉଡ଼ିଆ ଭକ୍ତ ଙ୍କ ଭିଡ଼।
ଚାରିଛକ,(ଏ ପି ନ୍ୟୁଜ) ଆଜି ଥିଲା ପବିତ୍ର ଶ୍ରାବଣ ମାସ ର ପ୍ରଥମ ସୋମବାର। କାଉଡ଼ିଆ ଭକ୍ତ ମାନେ ବିଭିନ୍ନ ଶୈବ ପୀଠ ରେ ପାଣି ଲାଗି କରିବାକୁ ଆଜି ଭିଡ଼ ଜମାଇଥିଲେ। କାଉଡ଼ିଆ ମାନେ ପୁଣ୍ୟତୋୟା ପ୍ରାଚୀ ନଦୀ ର ବିଭିନ୍ନ ତୀର୍ଥ ଓ ଅନ୍ୟ ସ୍ଥାନ ରୁ ନିଜ କଳସ ରେ ପାଣି ଉଠାଇ ଚାଲି ଚାଲି ଆସି ଆଜି ପ୍ରାତଃ ରୁ ଆସି ବିଭିନ୍ନ ଶୈବ ପୀଠ ରେ ପହଞ୍ଚିଥିଲେ। ହର ହର ମହାଦେବ ଓ ଓଁ ନମଃ ଶିବାୟଃ
ଧ୍ଵନୀ ରେ ଶୈବ ପୀଠ ସବୁ ପ୍ରକମ୍ପିତ ହୋଇ ଉଠିଥିଲା।ନିକଟସ୍ଥ ପ୍ରାଚୀ ତଟ ର ବନ୍ଦେଶ୍ୱର, ଅମରେଶ୍ୱର, ରାମେଶ୍ୱର, ଅଙ୍ଗେଶ୍ଵର ,ଭିମେଶ୍ୱର,ସମେଶ୍ୱର, ନାଟେଶ୍ୱର, ସିଦ୍ଧେଶ୍ୱର,ବାବା ଆଖଣ୍ଡଳମଣୀ, ଯୋଗେଶ୍ୱର ପ୍ରଭୃତି ଶୈବ ପୀଠ ମାନଙ୍କ ରେ ପାଣି ଲାଗି କରିବାକୁ କାଉଡ଼ିଆ ଭକ୍ତ ଙ୍କ ଭିଡ଼ ଲାଗିଥିଲା।ସ୍ଥାନ ରେ ପାଣି ନିଜ କଳସ ରେ ଉଠାଇବାକୁ କାଉଡ଼ିଆ ଭକ୍ତ ମାନଙ୍କର ଭିଡ଼ ଲାଗିଥିଲା। ପ୍ରତି ମନ୍ଦିର ଠାରେ କାଉଡ଼ିଆ ଭକ୍ତ ମାନେ ଯେପରି ସୁବିଧାରେ ଶିବ ଲିଙ୍ଗ ଉପରେ ପାଣି ଲାଗି କରି ପାରିବେ ସେଥିନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସ ସୋମବାର ଦିନ ଶିବ ଶମ୍ଭୁ ଙ୍କ ଉପରେ ପବିତ୍ର ଜଳ ଲାଗି କଲେ ନିଜ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *