ରାଜ୍ୟ

‘ନ୍ୟାୟ ଦିଅ, ବନ୍ଦ ପ୍ରତ୍ୟାହାର କରିବୁ’, ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

Spread It

‘ନ୍ୟାୟ ଦିଅ, ବନ୍ଦ ପ୍ରତ୍ୟାହାର କରିବୁ’ ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା 

ଭୁବନେଶ୍ୱରବାଲେଶ୍ବର ଫକୀର ମୋହନ (ସ୍ୱୟଂଶାସିତ) କଲେଜର ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଅନେକ ବିରୋଧୀ ଦଳ ‘ଓଡିଶା ବନ୍ଦ’ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ଯେଉଁଭଳି ପ୍ରଭାବିତ ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପିସିସି ସଭାପତି କହିଛନ୍ତି ଯେ, ସମଗ୍ର ରାଜ୍ୟରେ ବନ୍ଦ ପାଳନ ହେଉଛି। ବନ୍ଦର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।  ଯେଉଁଠି ଖୋଲା ଅଛି, ପିକେଟିଂ କରି ବନ୍ଦ କରାଯାଉଛି। ଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି କହିଛନ୍ତି ଭକ୍ତ ଦାସ। ସେ ଆହୁରି କହିଛନ୍ତି ଯେ, ନ୍ୟାୟ ଦିଅ, ବନ୍ଦ ପ୍ରତ୍ୟାହାର କରିବୁ।  କଂଗ୍ରେସ ପ୍ରଭାରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।   ସରକାରରେ ରହିବାର ଏମାନଙ୍କର କୌଣସି ଅଧିକାର ନାହିଁ। ଡବଲ ଇଞ୍ଜିନ ସରକାରରେ ଆଜି ମହିଳା ନିର୍ଯାତିତ ହେଉଛି। ନ୍ୟାୟ ମାଗିମାଗି ରହିଲେ, ଛାତ୍ରୀଙ୍କୁ ମିଳିଲାନି ନ୍ୟାୟ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଜଳୁଛି ସାରା ଓଡ଼ିଶା ।  ଏହାରି ଭିତରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ 8 ରାଜନୈତିକ ଜଳ ।  ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚକ, ଅଖ ଜାମ୍ କରିବା ପାଇଁ କଂଗ୍ରେସ ଆହ୍ବାନ କରିଛି । ରାଜରାସ୍ତାକୁ ଓହ୍ଲାଇ କଂଗ୍ରେସ କର୍ମୀ ହୋହାଲ୍ଲା କରୁଛନ୍ତି ।  

Leave a Reply

Your email address will not be published. Required fields are marked *