ବଳଙ୍ଗା ଥାନା ଅଚଂଳରେ ନାଁ ବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା। ୨୪ ଘଣ୍ଟା ପୂର୍ଣ୍ଣ ପୁଲିସ ହାତ ଖାଲି
ବଳଙ୍ଗା ଥାନା ଅଚଂଳରେ ନାଁ ବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା। ୨୪ ଘଣ୍ଟା ପୂର୍ଣ୍ଣ ପୁଲିସ ହାତ ଖାଲି
ବଳଙ୍ଗା (ଆଜି ପର୍ଯ୍ୟନ୍ତ ନ୍ୟୁଜ) ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ବସ୍ତିର ପଡ଼ା ଗ୍ରାମ ନୂଆ ଗୋପାଳପୁର ଗ୍ରାମରେ ଗତ ୧୯ ତାରିଖ ସକାଳ ସାଢେ ୮ଟା ସମୟରେ ତିନିଜଣ ଦୁର୍ବୁତଃ ମାନେ ନାବାଳିକା କୁ ଦହନ ପଦାର୍ଥ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ପିଡ଼ିତାର ମା ଥାନାରେ ଅଭିଯୋଗ କରିଥିଲେ। ଘଟଣା ଘଟିବାର ୨୪ ଘଟାଂ ପୂର୍ଣ୍ଣ ହୋଇଛି ହେଲେ ପୁଲିସ ହାତ ବାନ୍ଧି ବସିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଚିହଟ୍ନ ହୋଇ ପାରିଲା ନାହିଁ ଏବଂ ଗିରଫ କରିପାରିନାହିଁ। ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା କଂଗ୍ରେସ ଓ ବିଜେଡ଼ି ଅଭିଯୋଗ କରିଛନ୍ତି। ଦୁଇ ଦଳ ପକ୍ଷରୁ ପିଡ଼ିତା ର୍ନାବାଳିକାକୁ ନ୍ୟାୟ ଦେବା ଦାବୀକରି ବଳଙ୍ଗା ଥାନା ଘେରାଉ କରିବା ପାଇଁ ବିଜେଡ଼ି ନେତା ଓ କର୍ମୀମାନେ ବଳଙ୍ଗା ଥାନା ନିକଟରେ ରୁଣ୍ଡ ହୋଇଛନ୍ତି ଥାନାକୁ ଘେରାଉ କରିଛନ୍ତି। ବିରୋଧୀ ଦଳର ଘେରାଉ କାର୍ଯ୍ୟକ୍ରମ ଖବର ପାଇବାପରେ ଜିଲା ପୁଲିସ ପକ୍ଷରୁ ଥାନା ସୁରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଅତିରିକ୍ତ ଏସ.ପି, ପିପିଲି ଏସଡ଼ିପିଓ ଓ ଅନ୍ୟାନ୍ୟ ଅଫିସରମାନେ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳ ଗୁଡ଼ିକ ଏହି ଘଟଣାରେ ପୁଲିସ ଓ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ବିଜେଡ଼ିର ପୁରୀ ଜିଲା ସଭାପତି ଉମାକାନ୍ତ ସାମନ୍ତରାୟ, ରୁଦ୍ରପ୍ରସାଦ ମହାରଥୀ, ଟୁକୁନିସାହୁ, ଲେଖାଶ୍ରୀ ସାମନ୍ତରାୟ, ରାଜଶ୍ରୀ ମଲିକ ପ୍ରମୁଖ ବଳଙ୍ଗା ଥାନାଆଗରେ କର୍ମୀମାନଙ୍କ ଗହଣରେ ଘେରାଉ କରିଛନ୍ତି। ଅନ୍ୟପଟରେ ବଳଙ୍ଗା ପୁଲିସ ସନ୍ଦେହରେ ୩ ଜଣଙ୍କୁ ଉଠାଇ ଆଣିଛି। ପିଡ଼ିତା ନାଁବାଳିକାକୁ ଏୟାର ଲିଫଟ କରିବାପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଶେଷ ହୋଇଛି। ଆଉକିଛି ମିନିଟ ମଧ୍ୟରେ ପିଡ଼ିତା ଗ୍ରୀନ କରିଡ଼ର ମଧ୍ୟରେ ଭବନେଶ୍ୱର ଏଆରପୋର୍ଟକୁ ନିଆଯିବ।

