ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ

Spread It
ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ
ଚାରିଛକ,( ଏପି ନ୍ୟୁଜ)ପୁରୀ ଜିଲ୍ଲା ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ୪୪ ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ ପ୍ରଥମେ ମହାବିଦ୍ୟାଳୟ ପରିସର ରେ ଥିବା ମା ରମାଦେବୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମହୋତ୍ସବ ଆରମ୍ଭ ହୋଇ ଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସରୋଜ କୁମାର ଦାଶ ଯୋଗଦେଇ ନାରୀ ଜାଗରଣ, ନାରୀ ସଶସ୍ତ୍ରୀକରଣ, ନାରୀ ନିର୍ଯ୍ୟାତନାକୁ ରୋକିବାକୁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ନାକ୍ ପରାମର୍ଶ ଦାତା ଦିଲୀପ ମଙ୍ଗରାଜ ଯୋଗ ଦେଇଥିବାବେଳେ ସଂମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର, ଡକ୍ଟର  ପ୍ରଭାତ ଚନ୍ଦ୍ର ମିଶ୍ର, ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନେ ଜଣେ ଜଣେ ସୁନାଗରିକ ହୋଇ ଆମ ଅଞ୍ଚଳ ରେ ସୁନାମ ଅର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ଏହି ଉତ୍ସବ ରେ ଅନ୍ୟତମ ଅତିଥି  ଭାବେ ସାଂସଦ ଙ୍କ ନିମାପଡ଼ା ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଇଂରାଜୀ ବିଭାଗ ମୁଖ୍ୟ କାନନବାଳା ନନ୍ଦ ସ୍ୱାଗତ ଭାଷଣ ଦେଇଥିବାବେଳେ ମେଜର ପୁଷ୍ପଲତା ଦତ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗ ମୁଖ୍ୟ ଡକ୍ଟର ଶ୍ରିଲେଖା ନାୟକ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଓଡିଆ ବିଭାଗ ମୁଖ୍ୟ ଡକ୍ଟର ଶର୍ମିଷ୍ଠାରାଣୀ ମହାନ୍ତି ମାନପତ୍ର ପଠନ କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ ମଞ୍ଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିଙ୍କ ଦ୍ୱାରା କଲେଜ ର ମୁଖପତ୍ର ” ସୁଧାଧାରା ” ର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କଲେଜ ପରିସର ଠାରେ କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥି ସରୋଜ କୁମାର ଦାଶ, ଶ୍ରେଷ୍ଠ ଅଧ୍ୟାପିକା ଭାବେ ଶ୍ରୀମତୀ କାନନ ବାଳା ନନ୍ଦ, ନାକ ପରାମର୍ଶ ଦାତା ଦିଲ୍ଲୀପ ମଙ୍ଗରାଜ ଓ ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ଇଂରାଜୀ ଅଧ୍ୟାପିକା ସଂଗୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *