ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ମା’ ରମାଦେବୀ ଙ୍କ ଶ୍ରାଦ୍ଧ ଦିବସ ପାଳନ

Spread It
ଚାରିଛକ,(ଏ ପି ନ୍ୟୁଜ) ପୁରୀ ଜିଲ୍ଲା ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ମା ରମାଦେବୀ ଙ୍କ ୪୦ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ଉତ୍କଳ ଗ୍ରାମ ସ୍ବରାଜ୍ୟର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଙ୍ଗଠନ ସମ୍ପାଦକ ତଥା ଶିଶୁ ସାହିତ୍ୟକ ପ୍ରଫେସର ଡକ୍ଟର ସୁନାମଣି ରାଉତ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଧ୍ୟାପିକା ଡକ୍ଟର ବୈଜୟନ୍ତି ମିଶ୍ର ,ଅଧ୍ୟାପିକା ମୀରା ବେଉରା , ଶିକ୍ଷାବିତ ଡକ୍ଟର ବସନ୍ତ କୁମାରୀ ନନ୍ଦ ,ସାହିତ୍ୟିକା ବିଶ୍ଵାମିତ୍ରା ମିଶ୍ର ,କବି ବଂଶୀଧର ମହାପାତ୍ର , ଆଧ୍ୟାତ୍ମିକ ଚେତନା ପରିଷଦ ଓ ବିଭୁବୈଭବ ର ସମ୍ପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ୟ, ଚାରିଛକ ସରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ବିଜୟ କୁମାରବେହେରା ପ୍ରମୁଖ ଯୋଗଦେଇ  ମା’ ରମାଦେବୀ ଙ୍କର ଗୁଣ ଓ ଜୀବନୀ ସମ୍ପର୍କ ରେ ଆଲୋକପାତ କରିଥିଲେ । ସଭାକାର୍ଯ୍ୟ ପୂର୍ବରୁ ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ମା ରମାଦେବୀଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା କାର୍ଯ୍ୟ ଶେଷରେ ନାଟ୍ୟକାର ସାହିତ୍ୟିକ ସୁଧୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ରେ ଡକ୍ଟର ଅଶୋକ କୁମାର ବିଶ୍ବାଳ , ଡକ୍ଟର ଅଶୋକ କୁମାର ପ୍ରଧାନ , ଶ୍ରୀମତୀ କାନନବାଳା ନନ୍ଦ , ପୁଷ୍ପଲତା ଦତ୍ତ ,ଡକ୍ଟର ପୂର୍ଣ୍ଣିମା ମହାନ୍ତି ,ଶ୍ରୀମତୀ ସୁଲୋଚନା ସାହୁ ,ଡକ୍ଟର ଶର୍ମିଷ୍ଠା ରାଣୀ ମହାନ୍ତି ,ଶ୍ରୀମତୀ ଇତିଶ୍ରୀ ସାହୁ ,ଶ୍ରୀମତୀ ଗୀତାଞ୍ଜଳୀ ବିଶ୍ୱାଳ , ସୁବାସ ଚନ୍ଦ୍ର ଜେନା ଓ ଦିବାକର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *