ଶତାୟୁ ପୁରୋହିତ ଙ୍କ ପରଲୋକ।
ଶତାୟୁ ପୁରୋହିତ ଙ୍କ ପରଲୋକ।
ଚାରିଛକ,(ଏ ପି ନ୍ୟୁଜ) ନିକଟସ୍ଥ ବାଇଦିପଡ଼ା ଗ୍ରାମର ଶତାୟୁ ପୁରୋହିତ ରଘୁନାଥ ମିଶ୍ର (୧୦୩) ଙ୍କ ର ତାଙ୍କ ବାସଭବନରେ ପରଲୋକ ଘଟିଛି। ସ୍ୱର୍ଗତ ଶ୍ରୀ ମିଶ୍ର ନିକଟସ୍ଥ ସିରିକୋଇଲି, ଗଡ଼ ଅମର ପ୍ରସାଦ, ଓଡ଼ଗୁଆଁ, ବାଇଦିପଡ଼ା ପ୍ରଭୃତି ଗ୍ରାମ ର ବିଭିନ୍ନ ପରିବାର ର କୁଳ ପୁରୋହିତ ଥିଲେ। ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ମର ଶରୀର କୁ ପୁରୀ ସ୍ବର୍ଗଦ୍ବାର କୁ ନିଆ ଯାଇ ଶେଷକୃତ ସମ୍ପନ୍ନ କରାଯାଇ ଥିଲା। ତାଙ୍କ ଏକ ମାତ୍ର ପୁତ୍ର ଗୁଣନିଧି ମୁଖାଗ୍ନୀ ଦେଇଥିଲେ।
