ସବରେଜିଷ୍ଟ୍ରି ଅଫିସ ଜମିମାଫିଆଙ୍କ କବଜାରେ
ନିମାପଡ଼ା,(ଆଜିପର୍ଯ୍ୟନ୍ତ ନ୍ୟୁଜ) ନିମାପଡ଼ାଠାରେ ଥିବା ଉପ-ନିବନ୍ଧକ ଅଫିସ ଜମି ମାଫିଆଙ୍କ କବଜାରେ ରହିଛି। ଜୈନିକ ଜମି ମାଫିଆଙ୍କ ମନମାନିରେ ଚାଲିଛି ସବ ରେଜିଷ୍ଟ୍ରିଙ୍କ ଅଫିସ। ମୁସଲିମ ବସ୍ଥି ନିକଟରେ ଗଢିଉଠିଥିବା ନୂଆକଲୋନୀକୁ ରାସ୍ତା ନଥିବା ବେଳେ କାଡ଼ା ନାଳିକୁ ଜବର ଦଖଲ କରି ଚକ ନାଳିଉପରେ ରାସ୍ତା ନିର୍ମାଣ କରି ଜମିବିକ୍ରି କରାଯାଉଛି। ନାୟକ ବାବୁ ସବରେଜିଷ୍ଟ୍ରି ଅଫିସକୁ ଏମିତି ଭାବରେ ତୋଷ କରି ରଖିଛନ୍ତି ଯେ କାମ ପଡ଼ିଲେ ଅଫିସରେ ନାୟକ ବାବୁଙ୍କ ନାମ କହିଦେଲେ ଯଥେଷ୍ଟ। ସବୁ କାମଛାଡି ଅଧିକାରୀ ନାୟକବାବୁଙ୍କ କାମ ଆଗେ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଜମି ମାଫିଆମାନେ ସବରେଜିଷ୍ଟର ଅଫିସକୁ କରାୟତ କରି ନଟ ଫାଇନାଲ ଜମିକୁ ବିକ୍ରି ଖରିଦ ମାଫିଆମାନେ କରିଦେଉଥିବା ସୂଚନା ମିଳିଛି। ନିମାପଡ଼ା ଉପନିବନ୍ଧକ ଅଫିସ ଏବଂ ଜମି ଦଲାଲମାନଙ୍କ ମଧୁଚନ୍ଦ୍ରିକା ଭିଜିଲାନସ ବିଭାଗ ତଦନ୍ତ କଲେ ସମସ୍ତ ରହସ୍ୟ ଉନ୍ମୋଚନ ପାଇଁ ସାଧାରଣରେ ଦାବୀ କରାଯାଇଛି।ସବରେଜିଷ୍ଟ୍ରି ଅଫିସ ଜମିମାଫିଆଙ୍କ କବଜାରେ
