ରାଜ୍ୟ

ଅଣଛାତ୍ର ପ୍ରବେଶକୁ ରୋକ ଦେବାପାଇଁ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ

Spread It

ଅଣଛାତ୍ର ପ୍ରବେଶକୁ ରୋକ ଦେବାପାଇଁ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ

ନିମାପଡ଼ା (ଏ.ପି ନ୍ୟୁଜ) ନିମାପଡ଼ା ସ୍ୱୟଂ ଚାଳିତ ମହାବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ଆଜି ଛାତ୍ରମାନେ କଲେଜ କ୍ୟାମ୍ପସରେ ଅଣଚାତ୍ର ପ୍ରବେଶକୁ ବିରୋଧ କରି କଲେଜର ଦୁଇଟି ମୁଖ୍ୟ ଫାଟକରେ ତାଲାପକାଇ ଆନ୍ଦୋଳନ ଛାତ୍ରମାନେ କଲେଜର ଦୁଇ ପ୍ରବେଶ ପଥରେ ଥିବା ଫାଟକକୁ ବନ୍ଦକରି ଆନ୍ଦୋଳନ କରିଥିଲେ। ଛାତ୍ର ମାନେ କଲେଜର କ୍ୟାମ୍ପସରେ ସମ୍ପୂର୍ଣ୍ଣ ରୁପେ ଅଣଛାତ୍ର ପ୍ରବେଶରୁ ମୁକ୍ତ କରିବା ଏବଂ ଦୁଇ ଫାଟକରେ ଜଗୁଆଳି ବ୍ୟବସ୍ଥା କରିବା ଦାବୀନେଇ ଛାତ୍ରମାନେ କଲେଜ ଅଧ୍ୟକ୍ଷା ଅମିତା ମହାନାୟକଙ୍କୁ ଦାବୀ ପତ୍ର ଦେଇଥିଲେ। ଅଣଛାତ୍ରମାନେ କଲେଜ କ୍ୟାମ୍ପସରେ ଅଶାଳୀନ ବ୍ୟବହାର କରିବା ଛାତ୍ରୀମାନଙ୍କୁ କମେଟଂଣ୍ଟ ମାରୁଥିବାରୁ ଅଣଛାତ୍ରମାନଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। କଲେଜ ପ୍ରଶାସନିକ ଅଧିକାରୀ ଡ଼ ରବିନ୍ଦ୍ର କୁମାର ପାଢୀ ଏବଂ ଅଧ୍ୟାପକ ସୁବ୍ରତ ମହାନ୍ତି ପହଁଚି ଆନ୍ଦୋଳନକାରୀ ଛାତ୍ରମାନ ସହ ଆଲୋଚନା କରି ଦୁଇ ଦିଗରେ ଥିବା ଫାଟକରେ ୨୪ ଘଟିଂଆ ପହରା ଦିଆଯିବ ଓ ବିନା ଡ଼୍ରେସ କୋର୍ଡ଼ ଏବଂ ପରିଚୟ ପତ୍ରରେ କଲେଜରେ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Leave a Reply

Your email address will not be published. Required fields are marked *