ରାଜ୍ୟ

ସ୍ବେଚ୍ଛାସେବୀ ସଂଗଠନର ଚତୁର୍ଥ ବାର୍ଷିକ ସମାରୋହ

Spread It

ସ୍ବେଚ୍ଛାସେବୀ ସଂଗଠନର ଚତୁର୍ଥ ବାର୍ଷିକ ସମାରୋହ

ନିମାପଡ଼ା, ୩/୮ (ଆଜିପର୍ଯ୍ୟନ୍ତ ନ୍ୟୁଜ) ସ୍ଥାନୀୟ ଅଞ୍ଚଳରେ ପରିବେଶ ଶୁଦ୍ଧିକରଣ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ଆଜି ତାର ଚତୁର୍ଥ ବାର୍ଷିକ ସମାରୋହ ସିଦ୍ଧେଶ୍ବର ମହାଦେବ ପୀଠରେ ପାଳନ କରିଛି। ଏହି ଉତ୍ସବରେ ଆଡ଼ଭୋକେଟ ତଥା ସମାଜସେବୀ ସୁଧୀର ମହାନ୍ତି,  ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରା, ପ୍ରଶାନ୍ତ କୁମାର ସାହୁ, ହେଲପଲାଇନ ସଭାପତି ଅକ୍ଷୟ କୁମାର ସାହୁ, ସାମାଜିକ ଗଣମାଧ୍ୟମର ବିପିନ ବିହାରୀ ମହାନ୍ତି, ଶିକ୍ଷାବିତ ସୈାଦାମିନ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ  ଏବଂ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସଭାପତି ଦୀପକ ସାହୁ ସ୍ବାଗତ ଭାଷଣ ଓ ସଂପାଦକ ଜୟକୃଷ୍ଣ ପାତ୍ର ବାର୍ଷିକ ବିରଣୀ ପାଠ କରିଥିଲେ। ଉପସଭାପତି  ସୁଦର୍ଶନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂସ୍ଥା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ମାନପତ୍ର ଉତ୍ତରୀୟଏବଂ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *