ରାଜ୍ୟ

ନୂଆ ଗୋପାଳପୁର ବସ୍ତି ପାଲଟିଛି ରାଜନେତାଙ୍କ ପ୍ରଦର୍ଶନୀ ସ୍ଥଳ

Spread It

ନୂଆ ଗୋପାଳପୁର ବସ୍ତି ପାଲଟିଛି ରାଜନେତାଙ୍କ ପ୍ରଦର୍ଶନୀ ସ୍ଥଳ

ନିମାପଡ଼ା,(ଏ.ପି ନ୍ୟୁଜ) ନୂଆ ଗୋପାଳପୁର ଗ୍ରାମ ପାଲଟିଛି ରାଜନେତାମାନଙ୍କ ପ୍ରଦର୍ଶନୀ ସ୍ଥାନ। ନେତାମାନେ ପିଡ଼ିତା ଗ୍ରାମକୁ ଯାଇ ପିତାମାତାଙ୍କୁ ସମବେଦନା ଜଣାଇବାସହ ମୃତ ପିଡ଼ିତାର କବର ସ୍ଥାନରେ ପୁଷ୍ପ ମାଳଦେଇ ଶ୍ରଦ୍ଧାଞ୍ଜଳି ଜଣାଉଥିବା ସୂଚନା ମିଳିଛି। ସୁଚନାରୁ ବଳଙ୍ଗା ଅଞ୍ଚଳର ନାବାଳିକା ପିଡ଼ିତା ନିଆଁରେ ପୋଡ଼ି ହୋଇ ଦୀଘଁ ୧୫ ଦିନ କାଳ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବାବେଳେ ତାର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତେଜିଛି। ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ରାଜନୀତି କରୁଥିବା ନେତାମାନେ ପିଡ଼ିତା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନାମରେ ବାୟାବରର ନୂଆ ଗୋପାଳ ପୁର ଗ୍ରାମରେ ପହଁଞ୍ଚୁଛନ୍ତି। ଦିନେ ନାହିଁ କାଳେ ନାହିଁ ଏହି ନେତାମାନେ ରାଜନୀତି କରୁଥିବାରୁ ଭବିଷ୍ୟତ ପାଇଁ  ନୂଆଗୋପାଳପୁର ପହଁଞ୍ଚୁଛନ୍ତି  କିଛି ସାମାଜିକ ଗଣମାଧ୍ୟମର ମୋବାଇଲ ଏବଂ ବୁମ ଆଗରେ ମିଛରେ ଆଖିରୁ ଲୁହ ଗଡ଼ାଇ ସମବେଦନା ଜଣାଉଛନ୍ତି। ଗ୍ରାମର ଜଣେ ଯୁବକ ଘଟଣାସ୍ଥଳରେ କହିଛନ୍ତି ବଳଙ୍ଗା ଅଞ୍ଚଳ ଗୋପିନାଥପୁର ପଚାଂୟତ ର ରାସ୍ତାଘାଟ ଜାଣିନଥିବା ନେତାମାନେ ଗ୍ରାମରେ ଉପସ୍ଥିତ ହେଉଛନ୍ତି। ଏହି ନେତାମାନେ ପିଡ଼ିତା ପରିବାରକୁ କଣ ସାହାଯ୍ୟ ଦେଉଛନ୍ତି ତାହା ସାର୍ବଜନୀନ କରୁନଥିବାବେଳେ ଯାତ୍ରାପାଟି ମାଲିକାଣୀ ରାଣୀ ପଣ୍ଡା ଙ୍କର କୈାଣସି ଅଭିସନ୍ଧି ନରଖି ମୃତ ପିଡ଼ିତା ପରିବାରକୁ ୫୦ ହଜାର ଟଙ୍କା ସାହାଯ୍ୟ ଘୋଷଣା ଅନ୍ୟମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *