ଗଣେଶ ପୂଜା ଲାଗି ଚଳଚଞ୍ଚଳ ମୂର୍ତ୍ତୀଶାଳ
କୁମ୍ଭକାର ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ
ଚାରିଛକ,(ଆଜିପର୍ଯ୍ୟନ୍ତ ନ୍ୟୁଜ) ଚଳିତମାସ ୨୭ ତାରିଖରେ ପବିତ୍ର ଗଣେଶ ଚତୁର୍ଥୀ। ବିଭିନ୍ନ ସ୍କୁଲ ,କଲେଜ ,କ୍ଳବ ସହ ଚାରିଛକ ବଜାର,ତୁଳସୀପୁର,ଅମରେଶ୍ୱର, ସାଇଲୋ, ତମ୍ପାଳ ପ୍ରଭୃତି ବଜାର ଓ ଦୋକାନ ମାନଙ୍କ ରେ ଗଣେଶ ପୂଜା ଅନୁଷ୍ଠିତ ହେବ। ଏହି ଅଞ୍ଚଳର କୁମ୍ଭକାର ଶିଳ୍ପୀମାନେ ଗଣେଷ ପୂଜା ପାଇଁ ମୂର୍ତ୍ତି ନିର୍ମାଣ କରିଥାନ୍ତି । କାରିଗର ମାନେ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଚକଡ଼ା, ଫ୍ରେମ ବନ୍ଧା, ମୂର୍ତ୍ତିରେ ରଙ୍ଗଦେବା ଦେବା କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳ ର କାରିଗର ମାନଙ୍କର ମୂର୍ତ୍ତି ନିର୍ମାଣ କରିବାରେ ଅଭିଜ୍ଞତାଓ ସୁନାମ ରହିଛି । ଏମାନେ ବହୁ ଅନୁଷ୍ଠାନ, ବଜାର କମିଟି ଓ କ୍ଲବ ପାଇଁ ଛୋଟ ବଡ଼ ମୂର୍ତ୍ତିମାନ ନିର୍ମାଣ କରି ଦେଇଥାନ୍ତି। ଏଠାରେ ୧ ହଜାର ରୁ ୩୦ ହଜାର ଟଙ୍କା ମୂଲ୍ୟ ର ମୂର୍ତ୍ତି ସବୁ ବିକ୍ରୟ ହୋଇଥାଏ। ସ୍ବତନ୍ତ୍ର ମୂର୍ତ୍ତି ତିଆରି ପାଇଁ କୁମ୍ଭକାର ଶିଳ୍ପୀ ମାନେ ଅଧିକ ଟଙ୍କା ଦାବି କରିଥାନ୍ତି ।ବର୍ତ୍ତମାନ ମାଟି,ରଙ୍ଗ, ବୋରଦା, ଚୁମୁକି ଓ ଅଭ୍ର ପ୍ରଭୃତିର ଦର ବୃଦ୍ଧି ହୋଇ ଥିବାରୁ ଲାଭ କମ ମିଳୁଛି ବୋଲି ନିକଟସ୍ଥ ଅମରେଶ୍ୱର ର ମୂର୍ତ୍ତି କାରିଗର ବଂଶୀଧର ସେଠୀ ପ୍ରକାଶ କରିବା ସହିତ ମୂର୍ତ୍ତୀ ନିର୍ମାଣ କରି ତାଙ୍କ ଗୁଜୁରାଣ ମେଣ୍ଟି ଯାଉଛି ବୋଲି କହିଛନ୍ତି। ଗଣେଷ ପୂଜା ପାଇଁ ଅମରେଶ୍ୱର, ବ୍ରହ୍ମକୁଣ୍ଡି ଅଞ୍ଚଳ ର କୁମ୍ଭକାର ମାନେ ରାତି ଦିନ ଲାଗି ମୂର୍ତ୍ତୀ ନିର୍ମାଣ ରେ ଲାଗି ପଡିଛନ୍ତି। ଚଳ ଚଞ୍ଚଳ ହୋଇପଡ଼ିଛି ଏହି ଅଞ୍ଚଳ ର ସବୁ ମୂର୍ତ୍ତୀ ଶାଳ।
