ରାଜ୍ୟ

Rationalization of Polling Stations

Spread It

ଆଜି ଦିନାଙ୍କ ୦୬.୦୮.୨୦୨୫ ରେ ପ୍ରାତଃ ୧୧.୩୦ ରେ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ, ପୁରୀଙ୍କ ଅଧ୍ୟକ୍ଷତାରେ ସତ୍ବନ୍ତ୍ର ପ୍ରଦକ୍ଷିଣ ଗୃହର ସମିଳ୍ଲନୀ କକ୍ଷରେ “Proposal for Rationalization of Polling Stations” ବିଷୟରେ ଏକ ସଭା ଅନୁଷ୍ଠିତ ହେଲା ।
ଉକ୍ତ ସଭାରେ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ, ପିପିଲି; ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀ ନିଳମାଧବ ଭୋଇ; ଉପ-ଜିଲ୍ଲାପାଳ, ଶ୍ରୀ ରାଜକିଶୋର ଜେନା; ଅତିରିକ୍ତ ଉପ-ଜିଲ୍ଲାପାଳ, ଶ୍ରୀ ନିଳମାଧବ ମାଝୀ ଓ ଡେପୁଟି କଲେକ୍ଟର (ନିର୍ବାଚନ), ଶ୍ରୀମତୀ ଆଦ୍ୟାଶା ରଥ ଉପସ୍ଥିତ ଥିଲେ ।
ସେହିପରି ଉପସ୍ଥିତ ଥିବା ବିଧିସ୍ୱୀକୃତ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନେ ହେଲେ:
ଉମାକାନ୍ତ ନାୟକ (ବି.ଜେ.ପି),
ସୁକାନ୍ତ କୁମାର ପ୍ରଧାନ (ଆ.ଏନ୍.ସି.),
ବିହାରୀବନ୍ଧୁ ପଲେଇ (ଏନ୍.ସି.ପି.),
ଗୌରହରୀ ପ୍ରଧାନ (ବି.ଜେ.ଡ଼ି),
ପ୍ରଶନ୍ନ କୁମାର ପଲେଇ (ପ୍ରତିନିଧି, ବ୍ରହ୍ମଗିରୀ ବିଧାୟକ),
ଅମୃତ ମିଶ୍ର (ପ୍ରତିନିଧି, ପୁରୀ ବିଧାୟକ)
ସଭାରେ Rationalization of Polling Stations ବିଷୟରେ ଶ୍ରଦ୍ଧାନୁସାରେ ଆଲୋଚନା କରାଯାଇ, ଏହି ପ୍ରସ୍ତାବ ପ୍ରତି ସମସ୍ତ ଉପସ୍ଥିତ ରାଜନୈତିକ ଦଳମାନଙ୍କ ସହମତି ଗ୍ରହଣ କରାଯିବା ସହିତ ସଭାର ଶେଷ ହେଲା ।

Leave a Reply

Your email address will not be published. Required fields are marked *