ଠିକାସଂସ୍ଥା ମଧ୍ୟରେ ଭାଳେଣି । ୧ପ୍ରତିଶତ କମିଶନ ଅର୍ଥ ଆଦାୟ ପାଇଁ ଜୁଲମ
ଠିକାସଂସ୍ଥା ମଧ୍ୟରେ ଭାଳେଣି ।୧ପ୍ରତିଶତ କମିଶନ ଅର୍ଥ ଆଦାୟ ପାଇଁ ଜୁଲମ
ନିମାପଡ଼ା, (ଆଜିପର୍ଯ୍ୟନ୍ତ ନ୍ୟୁଜ) ନିମାପଡ଼ା ଲାଇନ ଡ଼ିପାର୍ମେଣ୍ଟ ଗୁଡ଼ିକରେ ଟେଣ୍ଡର ଧରୁଥିବା ଠିକାସଂସ୍ଥା ଗୁଡ଼ିକରୁ ଜବର ଦସ୍ତ ମୂଳ ଟେଣ୍ଣରୁ ଏକ ପ୍ରତିଶତ ଅର୍ଥ ଜୈନିକ ନେତା ଆଦାୟ କରୁଥିବା ସୁଚନା ମିଳୁଛି। ସରକାର ଆସିବା ପୂର୍ବରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ହେଉଥିବା ଉନ୍ନୟନ କାର୍ଯ୍ୟର ଦୁର୍ନିତି ହେଉଛି ବୋଲି ଡ଼ିଣ୍ଡିମ ପଟିବାସହ କାମ ଠିକଭାବେ ନହେଲେ କରାଇଦେଉନଥିଲେ। ନିମାପଡ଼ା ଆରଡ଼ି ବିଭାଗରେ ଏକ ପ୍ରକଳ୍ପକୁ ଜୈନିକ ଠିକାଦାର ୧୪, ୯୯ରେ ଟେଣ୍ଡର ପକାଇ ଲଟେରୀ ମାଧ୍ୟମରେ ଉକ୍ତ ପ୍ରକଳ୍ପର କାମ ପାଇଥିଲେ। ପୁର୍ବେ ଦୁର୍ନିତି ଧରୁଥିବା ଏହି ନେତା ଜଣକ ଏବେ ଉକ୍ତ ଠିକାଦାରଙ୍କୁ ଏକ ପ୍ରତିଶତ ଅର୍ଥ ନଦେଲେ କାମ କରେଇ ଦେବେ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି।
