ନିମାପଡାରେ ଭାଇମାନଙ୍କ ପାଇଁ ଭଉଣୀମାନେ ନେଲେ ପ୍ରାୟ ୧୦ ଲକ୍ଷ ଟଙ୍କାର ମିଠା
ନିମାପଡାରେ ଭାଇମାନଙ୍କ ପାଇଁ ଭଉଣୀମାନେ ନେଲେ ପ୍ରାୟ ୧୦ ଲକ୍ଷ ଟଙ୍କାର ମିଠା
ନିମାପଡା: (ଆଜିପର୍ଯ୍ୟନ୍ତ ନ୍ୟୁଜ) ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପ୍ରଥା ଅଛି ଭଉଣୀ ମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପରେ ପ୍ରଣାମ କରି ମିଠା ଖୁଆଇବା। ଏହି ସ୍ବାଦିଷ୍ଟ ପରମ୍ପରା ପାଇଁ ଆଜି ନିମାପଡାର ବଜାରରେ ମିଠାଦୋକାନ ମାନଙ୍କରେ ପ୍ରବଳ ଗହଳି। ପ୍ରାୟତଃ ୩୦ କ୍ବିଣ୍ଟାଲରୁ ଓଜନରୁ ଅଧିକ ଛେନାରୁ ତିଆରି ମିଠା ବିକ୍ରି ଚାଲିଛି। ନିମାପଡା ପ୍ରସିଦ୍ଧ ଆର୍ତ୍ତବନ୍ଧୁ ସୁଇଟ୍ସ ରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ମିଠା ଯଥା- ଛେନାଝିଲ୍ଲି, ରସଗୋଲା, ଗୋଲାପଜାମୁନ୍, ଛେନାଗଜା ଇତ୍ୟାଦି ଶେଷ ହେବାକୁ ଆସିଲାଣି। ମିଠା ନେବା ପାଇଁ ଭଉଣୀମାନେ ଲମ୍ବା ଧାଡି କରି ଠିଆହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ବଡ ବଡ ଦୋକାନ ଯଥା ଗୋପିନାଥ ସୁଇଟ୍ସ, ବେହେରା ସୁଇଟ୍ସ, ଜଗନ୍ନାଥ ସୁଇଟ୍ସ ସହ ଛୋଟ ଦୋକାନମାନଙ୍କରେ ମଧ୍ୟ ଗହଳି ଦେଖିବାକୁ ମିଳିଥିଲା।
