ରାଜ୍ୟ

ନିମାପଡାରେ ଗର୍ଜିଲା କଂଗ୍ରେସ

Spread It

ନିମାପଡା,୧0/୮(ଏପିନ୍ୟୁଜ) ବଳଙ୍ଗା ମୃତକ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଟିରେ ଗର୍ଜିଛି କଂଗ୍ରେସ । ରବିବାର ମଧ୍ୟାହ୍ନରେ ଶୋଭାଯାତ୍ରାରେ କଂଗ୍ରେସ ନେତୃତ୍ୱ ଶତାଧିକ ଦଳୀୟ କର୍ମୀ ବଳଙ୍ଗା ଠାରୁ ନିମାପଡା ପର୍ଯ୍ୟନ୍ତ “ନାରୀ ନ୍ୟାୟ ପଦଯାତ୍ରା” ଆୟୋଜନ କରିଥିଲା । ନିମାପଡା ଠାରେ ଅନୁଷ୍ଠିତ ଏହି ସମାବେଶରେ କଂଗ୍ରେସ ନେତୃତ୍ୱ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟରେ କ୍ଷମତାସିନ ଭାଜପା ସରକାରଙ୍କ ଅପ୍ରାର୍ଗତ ଯୋଗୁଁ ନାରୀ ନିର୍ଯ୍ୟଲତା ବୃଦ୍ଧିପାଇବାରେ ଲାଗିଛି, ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ସମାବେଶରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାଶ ଦାବୀ କରିଛନ୍ତି । ଏହି ସମାବେଶରେ ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅର୍ଜୁନ ସେଠୀ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ର, ନିମାପଡା ବ୍ଲକ କଂଗ୍ରେସ କମିଟି ସଂଯୋଜକ କାଳନ୍ଦୀ ବାରିକ, ନିମାପଡା ନଗର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପପୁନୀ ବସ୍ତିଆ ନାରୀନେତ୍ରୀ ସୁରଭି ବିଶୋଇ, ସସ୍ମିତା ମେହେର, ଜୟଶ୍ରୀ ପାତ୍ର, ନିରୁପମା ମହାପାତ୍ର ଇତ୍ୟାଦି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *