ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ
ନିମାପଡା ବ୍ଲକ୍ ଅନ୍ତର୍ଗତ ମଣିଜଙ୍ଗ ମହାବୀର ମନ୍ଦିର ପରିସରରେମହାବୀର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମୀଳନୀ ଓ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ରାଜକିଶୋର ସାମନ୍ତରାୟ, ସମ୍ମାନିତ ଅତିଥିଭାବେ ଓଡିଶା ବରିଷ୍ଠ ନାଗରିକ ମଞ୍ଚର ସହ-ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର, ମହାବୀର ବରିଷ୍ଠ ନାଗରିକମଞ୍ଚର ସଭାପତି ନରେନ୍ଦ୍ର ମୋହନ ପରିଡା, ସଂମ୍ପାଦକ ରବିନାରାୟଣ ଷଡଙ୍ଗୀ, ମହନ୍ତ ବୈକୁଣ୍ଠନାଥ ଦାସ, ବିଜୟ କୁମାର ସେନାପତି, କାହ୍ନୁରଚଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୨୫ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା। କୋଷାଧ୍ୟକ୍ଷ ପ୍ରଫୁଲ୍ଲଚନ୍ଦ୍ର ସାମନ୍ତସିଂହାର ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ।
