କଂଗ୍ରେସର ଗୋଡ଼ ତଳକୁ ତଳକୁ
ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନ୍ୟୁଜ) ବଳଙ୍ଗା ପିଡ଼ିତାକୁ ନ୍ୟାୟ ଦାବୀନେଇ ପିସିସି ପକ୍ଷରୁ ଜନସଚେତନତା ନିମାପଡ଼ାରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ କରିଛନ୍ତି। ସମଗ୍ର ପୁରୀ ଜିଲାରେ କଂଗ୍ରେସର ଉପସ୍ଥିତି ଜାହିର କରିବା ପାଇଁ କଂଗ୍ରେସ ପଦଯାତ୍ରା ମାଧ୍ୟମରେ ଆନ୍ଦୋଳନ ଏବଂ ପ୍ରତିବାଦ ସଭା କଲେ । ରାଜ୍ୟର ବଡ଼ ବଡ କଂଗ୍ରେସ ନେତା ବିଜେପିର ଡ଼ବଲ ଇଂଜିନ ସରକାର ଦୋଷ ଦୁର୍ବଳତାକୁ ନେଇ ଉଦବୋଧନ ଦେଲେ। ଡ଼ବଲ ଇଂଜିନ ସରକାରର ଥିବା ଭୋଟ ଚୋରୀ ଇତ୍ୟାଦି ଦୋଷ ଦୁର୍ବଳତାକୁ ବଖାଣିଥିଲେ। କଂଗ୍ରେସ ନେତାଙ୍କ ଏହି ଭାଷଣକୁ ଗାଁ ଗହଳିରେ ପହଁଚାଂଇବା ପାଇଁ କର୍ମୀଙ୍କର ଅଭାବ। ତିନିଥର କଂଗ୍ରେସ ଦଳର ବିଧାୟକ ହୋଇ ମନ୍ତ୍ରୀଥିବା ରବିନ୍ଦ୍ର କୁମାର ସେଠୀ ଏବଂ ତାଙ୍କ ଗୋଷ୍ଠୀରେ ଥିବା ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଆଡ଼ଭୋକେଟ ବିଜୟ କୁମାର ପ୍ରଧାନଙ୍କୁ ସମାବେଶ ଠାରୁ ଦୂରେଇ ରଖାଯାଇଥିଲା। ପୂର୍ବତନ ଯୁବ କଂଗ୍ରେସ ସଭାପତି ଅଜୟ କୁମାର ମିଶ୍ରଙ୍କୁ କିପରି କରିବା ପଚାରି ବ୍ଲକ କଂଗ୍ରେସ ସଂଯୋଜକ ପରବର୍ତୀ ଅବସ୍ଥାରେ ଆଉ କିଛି କହିନଥିଲେ। ବଳଙ୍ଗା ପିଡ଼ିତାଙ୍କ ପାଇଁ ହେଉଥିବା ଆନ୍ଦୋଳନ ଏବଂ ପ୍ରତିବାଦରେ ନିମାପଡ଼ାର ବଡ଼ ଗୋଷ୍ଠୀକୁ ଦୂରେଇ ରଖାଯାଇଥିଲା। ଏନ.ଏ.ସି ଅଚଂଳର଼ କଂଗ୍ରେସ ଟାଣୁଆନେତା ମାନଙ୍କୁ ଦେଖା ମିଳିନଥିଲା। ଦଳର ବାର୍ତ୍ତା କୁ ତୃଣମୂଳସ୍ତରରେ ପହଁଚାଂଇବା ପାଇଁ କର୍ମୀ ଅଭାବ ଯେଉଁ କେତେଜଣ ହାତ ଗଣତି କର୍ମୀ ଅଛନ୍ତି ସେମାନଙ୍କର ପତିଆରା ପଚାଂୟତ ଗୁଡ଼ିକରେ ନଥିବା ପ୍ରକାଶ। ସୂଚନା ଯୋଗ୍ୟ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଉ ଥିବାବେଳ ଗତ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ସିଦ୍ଧାର୍ଥ ବାବୁ ଉପସ୍ଥିତ ନଥିଲେ ବୋଲି କଂଗ୍ରେସ ଦଳର ତୃଣମୂଳ ସ୍ତରରେ ଆଲୋଚନା ହେଉଛି ଆଗାମୀ ନିର୍ବାଚନରେକୁ ଆସନ ପ୍ରସାଦ ହରିଚନ୍ଦ ନିମାପଡ଼ା ରେ ପ୍ରାର୍ଥୀ ହେବାର ଆଶଙ୍କା ପ୍ରକାଶ ପାଇଛି। ତାଙ୍କ ବନ୍ଧୁଙ୍କ ଜରିଆରେ ନିମାପଡ଼ା ଆସନକୁ ବ୍ଲକ କରିଥିଲେ।
