ଜିରୋ ନାଇଟ ରେ ଉତ୍ତୋଳନ ହୁଏ ତ୍ରିରଙ୍ଗା ପତାକା
ରାତି ପାହିଲେ ଅଗଷ୍ଟ ମାସ ୧୫ ତାରିଖ। ଦେଶବାସୀ ପାଳନ କରିବେ ୭୯ ତମ ସ୍ବାଧିନତା ଦିବସ।
ଦେଶସାରା ଉଡ଼ିବ ଆମ ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକା। ଗୋଟିଏ ଦେଶ ପାଇଁ ଗୋଟିଏ ଧ୍ବଜା (ପତାକା) ଏହା ପ୍ରଥମ ଥର ପାଇଁ ପରିକଳ୍ପନା କରିଥିଲେ ସ୍ବାମୀ ବିବେକାନନ୍ଦ । ଏହାକୁ ରୂପ ଦେଇଥିଲେ ଭଗିନୀ ନିବେଦିତା ୧୯୦୫ ରେ। ବର୍ତ୍ତମାନ ଆମେ ସମସ୍ତେ ଉଡ଼ାଉଥିବା ତ୍ରିରଙ୍ଗା ପତାକା ବା ଜାତୀୟ ପତାକାକୁ ୧୯୪୭ ମସିହା ଜୁଲାଇ ୨୨ ତାରିଖ ରେ ରୂପ ଦେଇଥିଲେ ପିଙ୍ଗଲି ଭେଙ୍କୟା । ୧୯୨୧ ମସିହାରେ ବିଜୟୱାଡ଼ା ଠାରେ ଜାତୀୟ କଂଗ୍ରେସ ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗାଲି ଭେଙ୍କୟା ନାମକ ଜଣେ ଯୁବକ ସେହି ଠାରେ ଭାରତୀୟ ଜାତୀୟ ପତାକାର ଏକ ରୂପ ରେଖ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ ।
ପିଙ୍ଗଲି ଥିଲେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧିଙ୍କ ଦୃଢ ଅନୁଗତ ।ସେ ବିଭିନ୍ନ ଦେଶର ପତାକା ସମ୍ପର୍କରେ ଗବେଷଣା କରିଥିଲେ। ସେତେ ବେଳେ ପିଙ୍ଗଲି ଭେଙ୍କୟା ଏହି ପତାକାରେ ଦୁଇ ରଙ୍ଗ ରଖିଥିଲେ ଲାଲ ଏବଂ ସବୁଜ। ଏହା ହିନ୍ଦୁ ଏବଂ ମୁସଲମାନ୍ ଦୁଇ ପ୍ରମୁଖ ସମ୍ପ୍ରଦାୟର ପ୍ରତୀକ ଥିଲା । ଦୁଇ ସମ୍ପ୍ରଦାୟ ବ୍ୟତିରେକ ଅନ୍ୟ ଧର୍ମାବଲମ୍ବିମାନଙ୍କ ପାଇଁ ପତାକାର ମଧ୍ୟଭାଗରେ ଧଳା ରଙ୍ଗ ରଖିବାକୁ ମହାତ୍ମା ଗାନ୍ଧି ପ୍ରସ୍ତାବ ଦେଇ ଥିଲେ । ୧୯୩୧ମସିହାରେ କେଶରୀ, ଧଳା ଏବଂ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା ଓ ପତାକା ମଝିରେ ଅରଟ ଚିହ୍ନ ରହି ଥିଲା ।ପରେ ପତାକାର ପରିବର୍ତ୍ତନ କରାଯାଇ ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗରେ ଘନସବୁଜ ରଙ୍ଗ ରଖାଗଲା । ଏ ସମସ୍ତ ରଙ୍ଗର ଆକାର ସମାନ ରଖାଯାଇ ମଝିରେ ୨୪ ଟି ଅର ବିଶିଷ୍ଟ ନୀଳ ରଙ୍ଗର ଅଶୋକଚକ୍ର ରଖାଗଲା ।ଜାତୀୟ ପତାକାକୁ ଏହି ରୂପରେ ଜୁଲାଇ ୨୨,୧୯୪୭ ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନ ଠାରୁ ଭାରତର ଜାତୀୟ ପତାକା ତ୍ରିରଙ୍ଗା ନାମରେ ଅଭିହିତ ହୋଇଛି । ଦେଶ ସାରା ଅଗଷ୍ଟ ମାସ ୧୫ ତାରିଖ ପ୍ରାତଃ ରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଯାଇଥାଏ। କିନ୍ତୁ ଅନେକ ହୁଏତ ଜାଣିନଥିବେ ୧୪ ତାରିଖ ଜିରୋ ନାଇଟି ଅର୍ଥାତ ରାତି ଠିକ ୧୨ ଟା ବାଜିବାକ୍ଷଣି ବିହାର ର ପୂର୍ଣୀୟା ସହର ରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଯାଇଥାଏ। ଏଠାର ସ୍ଵାଧୀନତା ସଂଗ୍ରାମୀ ରାମେଶ୍ୱର ପ୍ରସାଦ ସିଂହ ରେଡ଼ିଓ ରେ ଆମ ଦେଶ ସ୍ବାଧୀନ ହେବାର ଖବର ଶୁଣିବା ପରେ ନିଜ ସାଙ୍ଗ ସାଥୀ ଙ୍କ ଗହଣ ରେ ରାତିରେ ତତକ୍ଷଣାତ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ପରମ୍ପରା କୁ ଆଜି ବି ଶ୍ରୀ ସିଂହ ଙ୍କ ପରିବାର ଓ ଗ୍ରାମବାସୀ ମାନେ
ବଞ୍ଚାଇ ଆସିଛନ୍ତି। ଏବେ ବି ପ୍ରତିବର୍ଷ
ଅଗଷ୍ଟ ମାସ ୧୪ ତାରିଖ ଜିରୋ ନାଇଟ ରେ ଏଠାରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରା ଯାଇ ଆସୁଛି। ଭାରତ ମାତା କି ଜୟ । ଜୟ ହିନ୍ଦ।।
………………………… ……….. ସନ୍ତୋଷ କୁମାର ଦାଶ।
