ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ
ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ତଥା ଉପଲବ୍ଧ ଓ ଆବଶକୀୟ ସୁବିଧା-ସୁଯୋଗ ଉପରେ ସମୀକ୍ଷା କରାଯାଇଛି । ଏହି ଅବସରରେ ଜିଲ୍ଲାର କିଛି କ୍ରୀଡ଼ା ସଂଗଠନର ସଦସ୍ୟ ଓ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଇତି ମଧ୍ୟରେ ଆମ ସରକାର ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବ୍ଲକ ସ୍ତରୀୟ ଷ୍ଟାଡିୟମ ଓ ସି ଏମ ଟ୍ରଫି ଟୁର୍ନାମେଣ୍ଟ ଭଳି ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ରୀଡ଼ା ଜଗତରେ ଓଡ଼ିଶାକୁ କ୍ରୀଡ଼ା ଏନ୍ତୁଡ଼ିଶାଳ ରୂପେ ପରିଗଣିତ କରିବା ଦିଗରେ ଆମେ ନିରବଚ୍ଛିନ୍ନ ଭାବେ ଉଦ୍ୟମରତ ।
