ରାଜ୍ୟ

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Spread It

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଲୋକ ସଂପର୍କ ଅଧିକାରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ

ଓଡ଼ିଶା ସୂଚନା ସେବା କ୍ୟାଡରର ଉନ୍ନତି ସଂପର୍କରେ ଆଲୋଚନା

ଭୁବନେଶ୍ୱରତା- ୧୭.୦୮.୨୦୨୫

            ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଆଜି ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକ ସଂପର୍କ ଅଧିକାରୀମାନଙ୍କୁ  ବୃତ୍ତିଗତ ଦକ୍ଷତା ଓ  ଅଭିଜ୍ଞତା ବୃଦ୍ଧି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ଓଡ଼ିଶା ସୂଚନା ସେବା କ୍ୟାଡରର ଉନ୍ନତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୨୦୨୪ ଡିସେମ୍ବର ମାସରେ ଓଡ଼ିଶା ସୂଚନା ସେବା ସଂଘର ନିର୍ବାଚନ ପରେ ଏହା  ସଂଘର ପ୍ରଥମ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଥିଲା । ଏଥିରେ ରାଜ୍ୟ, ଜିଲ୍ଲା ତଥା ଉପଖଣ୍ଡରେ କାର୍ଯ୍ୟରତ  ସୂଚନା ସେବା ଅଧିକାରୀ ,  ଜିଲ୍ଲା ଓ ଉପଖଣ୍ଡ  ସୂଚନା ଓ  ଲୋକ ସଂପର୍କ ଅଧିକାରୀ ତଥା ସୂଚନା ସେବା ସଂଘର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ ।   କାର୍ଯ୍ୟକ୍ରମରେ ନିକଟ ଅତୀତରେ ରାଜ୍ୟ ଏବଂ  ଜିଲ୍ଲାସ୍ତରରେ କାର୍ଯ୍ୟକରି ଅବସରଗ୍ରହଣ କରିଥିବା ଓଡ଼ିଶା ସୂଚନା ସେବା ଅଧିକାରୀ ତଥା ସଂଘର ସଦସ୍ୟମାନଙ୍କୁ  ଓଡ଼ିଶା ସୂଚନା ସେବା ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

            ଯୁଗ୍ମ ନିର୍ଦ୍ଦେଶକ  ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ଶ୍ରୀ ଚିତ୍ତ ରଂଜନ ପତି ଯୋଗଦେଇ କହିଥିଲେ ଯେ, ନୂତନ ଭାବେ ଯୋଗଦେଇଥିବା ସୂଚନା ସେବା ଅଧିକାରୀମାନେ ଭଲ କାମ କରୁଛନ୍ତି । କାର୍ଯ୍ୟରତ ସୂଚନା ସେବା ଅଧିକାରୀମାନଙ୍କୁ ଉତ୍ତମ କାର୍ଯ୍ୟ ସଂପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ସାକ୍ଷରତା, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପୂର୍ବକ  ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି କରି କାର୍ଯ୍ୟ ଶୈଳୀରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ସେ ପରାମର୍ଶ ଦେଇଥିଲେ  ।

            ଓଡ଼ିଶା ସୂଚନା ସେବା ସଂଘର ସଭାପତି ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଅଧ୍ୟକ୍ଷତା କରି ସଂଘର  ନିର୍ବାଚନ ପରଠାରୁ  ଏହାର କାର୍ଯ୍ୟକଳାପ, ସଂଘର ଉନ୍ନତି ପାଇଁ ଆଗାମୀ ଦିନର ଲକ୍ଷ୍ୟ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସଂପାଦକ ଶ୍ରୀ ପଠାଣି ରାଉତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ ।ସମ୍ବର୍ଦ୍ଧିତ ଅବସରପ୍ରାପ୍ର ବରିଷ୍ଠ ସୂଚନା ସେବା ଅଧିକାରୀମାନେ ସଂଘର ଏହି ପ୍ରୟାସକୁ ପ୍ରଶଂସା କରି ସଂଘ ତଥା ସୂଚନା ସେବା କ୍ୟାଡରର ଉନ୍ନତି ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ  । ଆଗାମୀ ଦିନରେ ସଂଘ ତରଫରୁ  ଏହି ପ୍ରୟାସ ଜାରି ରହିବା ସହିତ ଅବସରପ୍ରାପ୍ତ  ବରିଷ୍ଠ ସୂଚନା ସେବା ଅଧିକାରୀଙ୍କ ଅଭିଜ୍ଞତା, ଅନୁଭୂତି ଓ ପରାମର୍ଶକୁ ପାଥେୟ କରି ଓଡ଼ିଶା ସୂଚନା ସଂଘ ଏହାର କାର୍ଯ୍ୟରେ ଉତ୍କର୍ଷତା ପ୍ରତିପାଦନ କରିବ ବୋଲି ବୈଠକରେ ସଭ୍ୟସଭ୍ୟାମାନେ ଆଶାବ୍ୟକ୍ତ କରିଛନ୍ତି । ସୂଚନା ସେବା ସଂଘର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ  ଦୀପ୍ତିମୟୀ ମହାପାତ୍ର, ସଂଘର ଉପ ସଭାପତି ଶ୍ରୀ ବିଭୂତି ନାୟକଙ୍କ ସମେତ ସଂଘର  ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ବିଭିନ୍ନ ଆଲୋଚନା ମଧ୍ୟରେ ଓଡ଼ିଶା ସୂଚନା ସେବା କନିଷ୍ଠରୁ ବରିଷ୍ଠ, ବିଭିନ୍ନ ବର୍ଗରେ  ଖାଲିଥିବା ପଦବୀଗୁଡ଼ିକୁ ପଦନ୍ନୋତି ଭିତ୍ତିରେ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା, ସଂଘର କ୍ୟାଡର ରୁଲରେ ଆବଶ୍ୟକ ପରିବର୍ତ୍ତନର ଆବଶ୍ୟକତା, ଜିଲ୍ଲାସ୍ତରରେ ବିଭିନ୍ନ ପଦବୀ ଖାଲିଥିବାରୁ ବୃତ୍ତିଗତ କାର୍ଯ୍ୟ ବାଧାପ୍ରାପ୍ତ   ହେଉଥିବା ଏବଂ ଏହାର ସମାଧାନ ସହିତ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।   

            ଓଡ଼ିଶା ସୂଚନା ସେବା ସଂଘର ଯୁଗ୍ମ ସଂପାଦକ ଶ୍ରୀ ଦୀପକ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ଆଗାମୀ ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ପ୍ରକାଶ ପାଇ ଆସୁଥିବା  “ଲୋକ ସଂପର୍କ” ସ୍ମରଣିକା ପ୍ରକାଶନ ପାଇଁ ପଦକ୍ଷେପ ନିଆଯିବାକୁ  ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *