ରାଜ୍ୟ

ଅଗଷ୍ଟ କ୍ରାନ୍ତି ରଥକୁ ନିମାପଡ଼ାରେ ସ୍ୱାଗତ ଓ ସମ୍ବର୍ଦ୍ଧନା

Spread It

ନିମାପଡ଼ା,(ଏପିନ୍ୟୁଜ) ଅଗଷ୍ଟ କ୍ରାନ୍ତି ରଥ ଭଦ୍ରକ ଜିଲ୍ଲା ର ମାଥିଲ ଠାରୁ ଆସି ନିମାପଡା ସହିଦ୍ ପୀଠରେ ପହଞ୍ଚିଥିଲା । ଏହି ରଥରେ ସହିଦ୍ ତୀର୍ଥ ଯାତ୍ରା ର ସଭାପତି ଶ୍ରୀ ବୈଲୋଚନ ଜେନା ଓ ତାଙ୍କ ଧର୍ମ ପତ୍ନୀ ବନଲତା ଜେନାଙ୍କ ସମେତ ୫ଜଣ ସହିଦ୍ ତୀର୍ଥ ଯାତ୍ରୀ ମଧ୍ୟାହ୍ନ ସମୟରେ ନିମାପଡା ସହିଦ୍ ସ୍ମୃତି ସ୍ତମ୍ଭ ନିକଟରେ ପହଞ୍ଚି ସହିଦ୍ ଉଚ୍ଛବ ମଲିଙ୍କଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ନିମାପଡା ସହିଦ ପୀଠ ରୁ ମାଟି ନେଇ ସହିଦ୍ କଳସ ସହ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲେ । ନିମାପଡ଼ାରେ ସହିଦ୍ ତୀର୍ଥ ଯାତ୍ରୀଙ୍କୁ ନିମାପଡ଼ା ସହିଦ୍ ସ୍ମୃତି ସଂସଦ ର ସମ୍ପାଦକ ଡ. ବେଣୁଧର ସେନାପତି, କୋଷାଧ୍ୟକ୍ଷ ଦୟାନିଧି ସାହୁ,ସଦସ୍ୟ ଶ୍ରୀ ଜିବନାନନ୍ଦ ମହାପାତ୍ର,ସ୍ଵାଧୀନତା ସଂଗ୍ରାମୀ ଦାୟଦ ସଙ୍ଘର ସଭାପତି ଆର୍ତବନ୍ଧୁ ସେନାପତି , ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ପୂର୍ବତନ ଅଧ୍ୟକ୍ଷ ସନାତନ ପ୍ରଧାନ, ନିମାପଡା ଥାନା ଅଧିକାରୀ ଦମଦେବ ସ୍ବାଇଁ, ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ର ଲୋକେସନ୍ ମ୍ୟାନେଜର ରଶ୍ମିରଞ୍ଜନ ମହାନ୍ତି, ମିନତି ସେନାପତି, ଭାଗ୍ୟଲକ୍ଷ୍ମୀ ପାତ୍ର, ଶ୍ରଦ୍ଧାଞ୍ଜଳି ଲାଲା, ଭାଗ୍ୟଶ୍ରୀ ପରିଜା, ଲକ୍ଷ୍ମୀପ୍ରିୟା ମହାପାତ୍ର, ଇସାନ୍ କୁମାର ବାରିକ୍ ଇତ୍ୟାଦି ସ୍ବାଗତ କରିଥିଲେ । ଏହି ଅବସରରେ ସହିଦ୍ ତୀର୍ଥ ଯାତ୍ରୀ ସଙ୍ଗଠନର ସଭାପତି ଶ୍ରୀ ଜେନା କହିଲେ, ଏହି ଯାତ୍ରା ର ଆଭିମୂଖ୍ୟ ହେଉଛି ସହିଦ୍ ଓ ସଂଗ୍ରାମୀ ମାନଙ୍କ ବଳିଦାନକୁ ଲୋକଲୋଚନକୁ ଆଣିବା ଓ ଭାରତ ସମ୍ବିଧାନର ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଇବା । ଗାନ୍ଧୀଜିଙ୍କ ଆହ୍ୱାନରେନିମାପଡ଼ାରେ ଭାରତଛାଡ଼ ଆନ୍ଦୋଳନ ୧୯୪୨ ମସିହା ସେପ୍ଟେମ୍ବର୧୬ ଦିନ ବ୍ରିଟିଶ ପୁଲିସ ଆନ୍ଦୋଳନକାରୀମାନଙ୍କ ଉପରକୁ ଗୁଳି ଚଳାଇଥିଲା । ପୁଲିିିିସ ଗୁଳିରେ ଉଛବ ମଳିକ ସହିଦ ହୋଇଥିଲେ ।

Leave a Reply

Your email address will not be published. Required fields are marked *