ରକ୍ତଦାନ ଶିବିରରୁ ୨୯ୟୁନିଟ୍ ରକ୍ତ ସଂଗ୍ରହ
ନିମାପଡା ପ୍ରେସକ୍ଲବ୍ ଏବଂ ଏନ୍.ଆଇ.ସି ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରୁ ୨୯ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ତହସିଲଦାର ମନୋଜ କୁମାର ପ୍ରଧାନ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ପ୍ରେସ୍କ୍ଲବ ସଭାପତି ଅକ୍ଷୟ ବେହେରା ଏନ୍.ଏ.ସି. ଅଧ୍ୟକ୍ଷା ଶସ୍ମିତା ସାହୁ, ଆଇ.ଆଇ.ସି ବାମଦେବ ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖଟୋଇ ପମୁଖ ଉପସ୍ଥିତ ଥିଲେ।
